oom

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅବସରରେ ପ୍ରତିଯୋଗିତା ଅନୁଷ୍ଠିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର (କେ.ଟି.ଏନ୍.ପୁର) କ୍ଲଷ୍ଟରସ୍ତରୀୟ ‘ସୁରଭି’ ଶିଶୁ ମହୋତ୍ସବ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ୱର ନୋଡାଲ୍ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ କଣ୍ଠ ସଙ୍ଗୀତ, ନୃତ୍ୟ, ସୃଜନଶୀଳ ଲିଖନ, ପ୍ରବନ୍ଧ, ଚିତ୍ରାଙ୍କନ, ବତ୍କୃତା, ଶିଳ୍ପ କଳା, ଗଳ୍ପ କଥନ, ଗଣିତ ଦୌଡ, ଗଣିତ କୁଇଜ୍‌, ଗୃପ୍‌ ଡ୍ୟାନ୍ସ ପ୍ରଭୃତି ପ୍ରତିଯୋଗିତା ପରିଚାଳିତ ହୋଇଥିଲା ଏବଂ ଟାଙ୍ଗଣା ପଲ୍ଲୀ ଓ ଲୁହାଝର ପଞ୍ଚାୟତର ୯ ଗୋଟିଏ ବିଦ୍ୟାଳୟର ଶତାଧିକ ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏଇ ଶିବିରରେ ଅଞ୍ଚଳର ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥୀ, ବିଦ୍ୟାଳୟର ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କୃତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା, ଟାଙ୍ଗଣାପଲ୍ଲୀ ସରପଞ୍ଚ ବି.ସୁଦାମ, ସମିତି ସଭ୍ୟା ମୀନା କୁମାରୀ ସାହୁ, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ବିଦ୍ୟାଳୟର ଏସ୍. ଏମ୍‌. ସି. ସଭାପତି ସୁରେନ୍ଦ୍ର ଦାସ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ପ୍ରତିଯୋଗୀ ଓ ଛାତ୍ରଛାତ୍ରୀଙ୍କୁ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ସର୍ବଦା ତତ୍ପର ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମାର୍ଦ୍ଧରେ ଉଦ୍‌ଘାଟନ ଉତ୍ସବ ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ପ୍ରତିଯୋଗିତା ଏବଂ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରାଯାଇଥିଲ । ସିଆର୍‌ସି ଗିରୀଶ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି ଶିଶୁ ମହୋତ୍ସବକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପାଢୀ, ଯୁଧିଷ୍ଠିର ବେହେରା, ସ୍ନେହାଶୀଷ ମହାନ୍ତି, ଜୟଶ୍ରୀ ଦୋରା, ନନ୍ଦିନୀ ରାଣୀ ସେଠୀ, ଭାଗିରଥି ମିଶ୍ର, ପର୍ଶୁରାମ, ଆର୍. ଯମୁନା ରେଡ୍ଡି, ଉଷାରାଣୀ ମିଶ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ମଧୁମିତା ମହାନ୍ତି, ବିଜ୍ଞାନର ଚନ୍ଦ୍ର ପ୍ରଧାନ, ପ୍ରତିମା ଦାଶ, ଲୋକନାଥ ସେଠୀ, ସନ୍ତୋଷିନୀ ପାତ୍ର, ସନ୍ଧ୍ୟାରାଣୀ ବେହେରା, ପିଇଓ ସୁନିତା ବେହେରା, ନିରୁପମା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟର ଏନ୍‌ସିସି ଫାଷ୍ଟ ଅଫିସର ସୁଧାକର ବଳୀ ଉତ୍ସବକୁ ଶାନ୍ତିପୂର୍ଣ୍ଣ ପରିଚାଳନାରେ ସକ୍ରିୟ ଭୂମିକା ନିର୍ବାହ ସହ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମରେଶ୍ୱର ସାହୁ, ଗଗନ ନାହାକ, ପଦ୍ମନାଭ ମହାରଣା, ନିରଞ୍ଜନ ବାଡତ୍ୟା, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.