ଜନ ଆରୋଗ୍ୟ ସମିତି ଶାସ୍ତ୍ରୀ ନଗରର ବାର୍ଷିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର) ପରିସର ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ବାର୍ଷିକ ବୈଠକ ବଲାଙ୍ଗିର ସହର ଅନ୍ତର୍ଗତ ପ୍ରତ୍ୟେକ ସରକାରୀ, ବେସରକାରୀ ବିଭାଗ ଯଥା, ପୂର୍ତ୍ତ ବିଭାଗ, ପୌର ପାଳିକା, ଜନ ସ୍ୱାସ୍ଥ୍ୟ ବିଭାଗ, ମୁଖ୍ୟ ଚାରି ଗୋଟି ବିଧ୍ୟାଳୟ, ଏନ୍‌ଜିଓ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର ସହର ୫୦ ହଜାର ଜନବସତି ଅଂଚଳରେ ସାଧାରଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଆହୁରି ଉତ୍କୃଷ୍ଟତର ଓ ସ୍ୱାସ୍ଥ୍ୟ ଗୁଡିକ ସମ୍ପ୍ରସାରିତ କରିବାକୁ ନେସ୍‌ନାଲ୍‌ ପିସ ୟୁନିସନ ନିର୍ଦ୍ଧେଶକ, ଚେୟାର୍‌ମ୍ୟାନ୍‌ ସତ୍ୟରଞ୍ଜନ, ରବିରଞ୍ଜନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ମ୍ୟାନେଜର୍‌ ରାମାନୁଜ ପଣ୍ଡା ବୈଠକରେ ପ୍ରସ୍ତାବ ଦେଇଥିବା ବେଳେ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥାନ ସମୂହ ବିଭିନ୍ନ ପ୍ରସ୍ତାବ ଦେଇ ଏହାକୁ ସୁପରିଚାଳନା ପାଇଁ ବୈଠକରେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.