ସିରୋଲରେ ବ୍ଲକସ୍ତରୀୟ ହାଇସ୍କୁଲ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକମାନଙ୍କ ଏକାଦଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ବିକାଶ କୁମାର ମେହେର, ସମ୍ମାନିତ ଅତିଥି ଭାବରେ ମୁରିବାହାଲ ବିଜ୍ଞାନ ସଂଘ ଆବାହକ ଶ୍ରୀମନ୍ତ ନାୟକ ଓ ସିରୋଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଜୟ କୁମାର ରଣା ଯୋଗ ଦେଇଥିଲେ । ଶିକ୍ଷକ ଲିଲୁ ମୋହନ ପଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଇଚ୍ଛାପଡା ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ନାଏକ ଗତ ବୈଠକର ବିବରଣୀ ପ୍ରଦାନ କରିଥିଲେ । ସରକାରୀ ଏଜେଣ୍ଡା ଅନୁସାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପଢ଼ିହାରୀ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ମେହେରଙ୍କ ଦ୍ୱାରା ବିଭିନ୍ନ ଯୋଜନା ଯଥା : ଏଫ୍‌ଏଲ୍‌ଏନ୍‌, ଉତ୍କର୍ଷ, କ୍ଲବ କାର୍ଯ୍ୟ, ୟୁ ଡ଼ାଇଜ ପ୍ରଭୃତି ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବ୍ଲକର ସମସ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ଭାରପ୍ରାପ୍ତ ପ୍ରଧାନଶିକ୍ଷକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମାଳିଶିରା ହାଇସ୍କୁଲ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବାଗ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!