‘ଘରେ ଘରେ ସୁଭଦ୍ରା’ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ‘ଘରେ ଘରେ ସୁଭଦ୍ରା’ ଯୋଜନା ସମ୍ପର୍କିତ ସଚେତନତା କର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଉପସ୍ଥିତ ଛାତ୍ରୀ ମାନଙ୍କୁ ସରକାରଙ୍କ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ କିପରି ସଶକ୍ତିକରଣ ହୋଇପାରିବେ ସେ ସମ୍ପର୍କରେ ସଚେତନତା କରିଥିଲେ ଓ ପରେ ପରେ ଛାତ୍ରୀମାନଙ୍କ ମଧ୍ୟରେ ସୁଭଦ୍ରା ଯୋଜନା ସମ୍ପର୍କିତ ଚିତ୍ରାଙ୍କନ, ରଙ୍ଗୋଲି, ବକୃତା, ରଚନା ଲିଖନ ଇତ୍ୟାଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସରିତାରାଣୀ ପ୍ରଧାନ ପରିଚାଳନା କରିଥିଲେ । ଅଧ୍ୟାପିକା ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ଶ୍ରୀମତୀ ମଧୁମିତା ପଧାନ, ସୁଶ୍ରୀ ସୋନିଆ ମେହେର, ସୁଶ୍ରୀ ରିକିତା ପଧାନ, ଅଧ୍ୟାପକ ବିରେନ୍ଦ୍ର ମେହେର, ଧୀରେନ୍ଦ୍ର ବର୍ଗେ, ଅନିଲ ପୁରୋହିତ, ପ୍ରଶାନ୍ତ ଜାଲ, ଅକ୍ଷୟ ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.