ଶିଶୁ ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଯୋଜନା ଉପଯୋଗ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ତରଫରୁ ଶିଶୁମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଯୋଜନା ଉପଯୋଗ ପାଇଁ ପରାମର୍ଶ ଶିବିର ଅରୁଣା – ସିଆର୍‌ଏସ୍‌ର ମିଳିତ ଉଦ୍ୟମରେ ସ୍ଥାନିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହଠାରେ ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ କହିଲେ, ଆମେ ସମସ୍ତେ ଜଣମଙ୍ଗଳ ରାଷ୍ଟ୍ରର ପ୍ରର୍ତିନିଧିଭାବେ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସମସ୍ତ ପ୍ରକାର ସମାଧାନ ପାଇଁ ଚେଷ୍ଟା କରିବା ଦ୍ୱାରା ଶିଶୁ ମାନଙ୍କର ସର୍ବାଙ୍ଗୀନ ମଙ୍ଗଳ ହୋଇ ପାରିବ । ଏହି ଜିଲ୍ଲା ପରାମର୍ଶ ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ମଙ୍ଗଳ ସୁରକ୍ଷା କମିଟିର ନିଷ୍ପତ୍ତି ବ୍ଲକସ୍ତରୀୟ ଶିଶୁ ମଙ୍ଗଳ ସୁରକ୍ଷା କମିଟି, ଜିଲ୍ଲାସ୍ତରୀୟ ଶିଶୁ ମଙ୍ଗଳ ସୁରକ୍ଷା କମିଟିର ସମନ୍ୱୟ ରକ୍ଷା କରି ଶିଶୁଙ୍କର ବିକାଶ ହୋଇପାରିବ ବୋଲି ଜଣାଇବା ସହ, କମିଟିରେ ନିଷ୍ପତିଗୁଡ଼ିକ ଶିଶୁଙ୍କ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ଶିଶୁ ମାନଙ୍କ ପାଇଁ ବଲାଙ୍ଗିର ଜିଲ୍ଲାର ୧୦୦ଟି ପଞ୍ଚାୟତରେ ଥିବା ୩ରେ ୮୯ ଲକ୍ଷ୍ୟ ଟଙ୍କା ବଜେଟ୍‌ରେ ରଖିଥିବାରୁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଶିଶୁ ମାନଙ୍କ ପାଇଁ ବିଭିନ୍ନ ସମସ୍ୟାରେ ଥିବା ଶିଶୁ ଯଥା – ପିତୃ ହିନ, ମାତୃ ଓ ପିତୃ ହିନ୍‌, ପରିତ୍ୟକ୍ତ, ଏଚ୍‌ଆଇଭି ଏଡ଼ସ, ଅସମର୍ଥ ଥିବା ପିତା, ମାତାଙ୍କ ଶିଶୁ ପାଇଁ ଉଦ୍ଧିଷ୍ଟ । ଏହି ଅବସରରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ କୁମାର ମିଶ୍ର ଜିଲ୍ଲାରେ ଶିଶୁ ପାଇଁ ସାମୟିକ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଗ୍ରାମ ପଞ୍ଚାୟତରେ ଥିବା ଗ୍ରାମ ପଞ୍ଚାୟତ ଉନ୍ନୟନ ପାଣ୍ଠିର ବାର୍ଷିକ ଯୋଜନାରେ ଅନ୍ ଟାଏଡ଼ ପାଣ୍ଠିକୁ ଶିଶୁଙ୍କ ଉଦ୍ଦେଶ୍ୟରେ ଆପାତକାଳୀନ ବ୍ୟବସ୍ଥା ପାଇଁ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୨ ଅନୁସାରେ ଏବର୍ଷ ୨୦୨୪- ୨୦୨୫ ଆର୍ଥିକ ବର୍ଷରେ ଗ୍ରାମ ପଞ୍ଚାୟତ ସ୍ତରରେ ୫ % ବଜେଟ୍‌ରେ ସ୍ଥାନ ଦେବାକୁ ସମସ୍ତଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲମ୍ବୋଦର ଦୀପ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟରତ ବୋଲି ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ରେ ଅବସ୍ଥାପିତ ଥିବା ଅରୁଣା – ସିଆର୍‌ଏସ୍‌ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଗ୍ରାମ ପଞ୍ଚାୟତ ବିକାଶ ଯୋଜନାର ପିପିଟି ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର, ଆଇନ୍ ପରିବିକ୍ଷାକ ଦିଗମ୍ବର କର ଶିଶୁ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଉପରେ ମତାମତ ପ୍ରଦାନ କରିଥିଲେ । ଏହି ପରାମର୍ଶ ଶିବିରରେ ବ୍ଲକ୍‌ର ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ, ପ୍ରୋଗେଶିଭ ଆସିଷ୍ଟାଣ୍ଟ, ଶିଶୁ ଯତ୍ନ ଅନୁଷ୍ଠାନ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ସ୍ୱେଚ୍ଛାସେବୀ ଅନୁଷ୍ଠାନର-ୱାସିଦିଏ, ରେଆର୍, ଦୟାସାଗର ଟ୍ରଷ୍ଟ, ସ୍ମାଇଲ ଫର୍ ଅଲ୍‌ ଫାଉଣ୍ଡେସନ୍‌, ଏଫ୍‌ଏଚ୍‌ଡି ଇଣ୍ଡିଆ, ଉତ୍କଳ ସେବକ ସମାଜ, ୱାଇସିଡିଏର କର୍ମ କର୍ତ୍ତା ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.