shyamal

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଗଁରେଇ ଡ.ବି. ଆର୍‌. ଆମ୍ବେଦକର ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନୂତନ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ବାଗଙ୍କ ସଭାପତିତ୍ୱରେ ଅବସର ଗ୍ରହଣ କରିଥିବା ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କୃତିବାସ ଦାସ ଓ ପୂର୍ବତନ ହିନ୍ଦୀ ଶିକ୍ଷକ ବସନ୍ତ କୁମାର ବାଗଙ୍କୁ ଉପଢୌକନ ଓ ଫୁଲତୋଡ଼ା ଦେଇ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଶିକ୍ଷକ ତରୁଣ ପୋଢ଼, ବାଲ୍ମୀକି ଚରଣ ସାହୁ, କ୍ରୀଡା ଶିକ୍ଷକ ଧର୍ମୁ ବାଗ, କିରାଣୀ ଉମାକାନ୍ତ ବାଗ, କେଶବ ବଛା, ଏମଇ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ପରାସର ଲୁହା ସଭା ପରିଚାଳନା କରିଥିବାବେଳେ ଶ୍ରୀ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.