shyamal

ସ୍ୱାଗତ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଉପଲକ୍ଷେ ଅଧ୍ୟକ୍ଷ ବସନ୍ତ କୁମାର ମନହିରା ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ, ଇଶ୍ୱର ବିଶ୍ୱାସୀ ଏବଂ ଅଧ୍ୟବସାୟୀ ହେବା ପାଇଁ ଉତ୍ସାହିତ କରିଥିଲେ । ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଉତ୍ସବରେ ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ, ଦୁର୍ବାଦଳ ଘିବେଲା, ଅଧ୍ୟାପିକା ଶୁଭଶ୍ରୀ ସାହୁ, ଚିନ୍ମୟୀ ମିଶ୍ର, ସମସ୍ତ କର୍ମଚାରୀ ଏବଂ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଛ୍ରାତଛୀତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‌ ମନଛୁଆଁ ହୋଇପାରିଥିଲା । ପରିଶେଷରେ ପ୍ରାଧ୍ୟାପକ ଗୋବିନ୍ଦ ମେହେର ଧନ୍ୟବାଦ ଦେଇଥିଲେ ।

purusottam
Leave A Reply

Your email address will not be published.