oom

ଓଡିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପରିସରରେ ପ୍ରଥମ ମୈତ୍ରୀ ସମ୍ମିଳନୀ ଓଡ଼ିଶାରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅନେକ ଶାସ୍ତ୍ର ବିଶାରଦ ପଣ୍ଡିତ କର୍ମକାଣ୍ଡୀ ବିଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ଵାରା ଆୟୋଜନ କରାଯାଇଛି । ଉକ୍ତ ସମ୍ମିଳନୀ ମହାସଭା ପ୍ରାରମ୍ଭରେ ହରିଶଙ୍କରଙ୍କ ନିକଟରେ ବିଶ୍ଵ କଲ୍ୟାଣ ପାଇଁ ରୁଦ୍ରାଭିଶେକ କରାଯାଇ ଅନ୍ତେ ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ବ୍ରାହ୍ମଣ ମାନଙ୍କ ସାମ୍ପ୍ରତିକ ଅବସ୍ଥା, କର୍ମକାଣ୍ଡର ବିଶେଷ ପ୍ରୟୋଗ ସମ୍ବନ୍ଧିତ ଜ୍ଞାନ, ଶାସ୍ତ୍ର, ରାଷ୍ଟ୍ର ନିର୍ମାଣରେ ଜ୍ଞାନ, ଶାସ୍ତ୍ରର ଆବଶ୍ୟକତା ଉପରେ ଆଲୋକପାତ କରିବା ସଙ୍ଗେ ଜଗତ କଲ୍ୟାଣରେ ବ୍ରାହ୍ମଣମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଓଡ଼ିଶାରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅନେକ ଶାସ୍ତ୍ର ବିଶାରଦ ପଣ୍ଡିତ ବ୍ରାହ୍ମଣ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ ଥିଲେ । ସର୍ବସମ୍ମତୀ କ୍ରମେ ମଞ୍ଚର ନିର୍ଦ୍ଧେଶକ ମଣ୍ଡଳୀ ମୋନାନୀତ କରାଯାଇଥିଲା । ପଣ୍ଡିତ ବିନୟ ମିଶ୍ର, ପଣ୍ଡିତ ନୀଳମଣୀ ପଣ୍ଡା, ପଣ୍ଡିତ ଅଶୋକ କୁମାର ମିଶ୍ରଙ୍କୁ ମଞ୍ଚର ଉପଦେଷ୍ଠା ମଣ୍ଡଳୀ ଭାବେ ଚୟନ କରାଗଲା । ପଣ୍ଡିତ ବିଜୟ କୁମାର ହୋତା ସଭାପତି, ପଣ୍ଡିତ ବିଶ୍ଵେଶ୍ଵର ଦାଶ ଉପସଭାପତି, ପଣ୍ଡିତ ପ୍ରକାଶ କୁମାର ମହାପାତ୍ର ସମ୍ପାଦକ, ପ୍ରଣ୍ଡିତ ଅମରେନ୍ଦ୍ର ପଣ୍ଡା ସହ ସମ୍ପାଦକ, ପଣ୍ଡିତ ଶାନ୍ତନୁ କୁମାର ଦାଶ କୋଷାଧ୍ୟକ୍ଷ, ପଣ୍ଡିତ ଜଗଦୀଶ ମିଶ୍ର ସହ କୋଷାଧ୍ୟକ୍ଷ, ପଣ୍ଡିତ ଦୀପ୍ତି ରଞ୍ଜନ ତ୍ରିପାଠୀ ସଂଯୋଜକ ଭାବେ ସର୍ବସମ୍ମତୀ କ୍ରମେ ମନୋନୀତ କରାଯାଇଥିଲା ।

jittmm
Leave A Reply

Your email address will not be published.