ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ ବିକାଶ ଦିବସ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଦ୍ମପୁର ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ ବିକାଶ ଦିବସ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାମୁହିକ ଶାରୀରିକ କାଳାଂଶରେ ପ୍ରଦୀପ ରାଜହଂସ ପରିଚାଳନାରେ ସମତା, ଦୃତ ବ୍ୟାୟାମ ଯୋଗର ଅଭ୍ୟାସ ଓ ସଂଘ ପ୍ରାର୍ଥନା କରାଯାଇଥିଲା । ପରେ ଉପସଭାପତି ଗୋପାଳ କୃଷ୍ଣ ମିଶ୍ର ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଭାରତୀୟ ସଂସ୍କୃତି ଆଧାରରେ ଜଣେ ଆଚାର୍ଯ୍ୟଙ୍କ ଭୂମିକା ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ସଂକୁଳ ସଂଯୋଜକ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଜନକଲାଲ ମେହେର, ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଦିକ ଗଣିତ ଉପରେ ଦୁଇଟି କାଳାଂଶ ସୁରେନ୍ଦ୍ର ସାହୁ ଶିକ୍ଷାଦାନ କରିଥିଲେ । ଭୋଜନ ବିରତି ପରେ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ସମସ୍ତ ବିଷୟର କଠିନତ୍ୱ ଦୂରୀକରଣ ଆଲୋଚନା କରାଯାଇଥିଲା । ଏଥିରେ ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିରରୁ ୧୬୦ ଜଣ ଗୁରୁଜୀ, ଗୁରୁମା ନିଜ ନିଜର ଶୈକ୍ଷିକ ଦକ୍ଷତାର ବିକାଶ ନିମିତ୍ତ ଯୋଗ ଦେଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.