ରାମଲୀଳା କମିଟି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜାଜୀ ଟାଉନ୍ ହଲ୍‌ ପଦ୍ମପୁର ଠାରେ ରାମଲୀଳା କମିଟିର ସଭାପତି ପ୍ରମୋଦ ନାଥଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପଦେଷ୍ଟା ନାଟ୍ୟଶ୍ରୀ ଅଶୋକ ବହିଦାର, ସଙ୍ଗୀତ ନିର୍ଦ୍ଦେଶକ ରମେଶ ଗୁର୍ଲା, ନୃତ୍ୟ ନିର୍ଦ୍ଦେଶକ ତଥା ସଙ୍ଗୀତଜ୍ଞ ସୁରେନ୍ଦ୍ର ସାହୁ, ସଂଜୀବ ବହିଦାର, ରମେଶ ମେହେର, ପ୍ରମୋଦ ମିଶ୍ର, ରାଜେଶ ନାଏକ ଉପସ୍ଥିତ ଥିଲେ । ଏଥିରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ରାମଲୀଳା ନାଟ୍ୟଧାରା ନିମନ୍ତେ ଆଲୋଚନା ହୋଇଥିଲା । ଆସନ୍ତା ତା ୨/୯/୨୪ ଅପରାହ୍ନ ୪ ଘଣ୍ଟା ସମୟରେ କଳାକାର ଚୟନ ନିମନ୍ତେ ପ୍ରସ୍ତାବ ନିଆଗଲା । ଏହି କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ ଆଶିଷ ବୈକାର ଓ ଦୀପକ ଦାସ । ଏଥିରେ ରାମଲୀଳା କମିଟିର ଅନ୍ୟ କଳାକାର ମାନେ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ରାମଲୀଳାର ପାଣ୍ଡୁଲିପି ଲେଖିବା ତଥା ନିର୍ଦ୍ଦେଶନା ଦେବା ପାଇଁ ନାଟ୍ୟଶ୍ରୀ ଅଶୋକ ବହିଦାରଙ୍କୁ ଅନୁରୋଧ କରାଯାଇଥିଲା । ପରିଶେଷରେ ମନୋରଞ୍ଜନ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.