ସଂକୁଳ ସ୍ତରୀୟ ଜ୍ଞାନ ଓ ବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱାତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ଉଦ୍‌ଘାଟନୀ ଉତ୍ସବରେ ପରିଚାଳନା ସମିତିର ସଭାପତି ପୃଥ୍ୱୀରାଜ ସାହୁ ଦୀପ ପ୍ରଜ୍ୱଳନ ପୂର୍ବକ ଜ୍ଞାନ ବିଜ୍ଞାନ ମେଳାକୁ ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ସଂକୁଳ ପ୍ରମୁଖ ଦ୍ୱାଦଶ ପ୍ରଧାନ, ସଂକୁଳ ସଂଯୋଜକ ତଥା ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ, ଉପସଭାପତି ଗୋପାଳ କୃଷ୍ଣ ମିଶ୍ର ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ଗଣିତ ବିଭାଗରୁ ପ୍ରକଳ୍ପ, ପତ୍ରବାଚନ, ପ୍ରଶ୍ନମଞ୍ଚ ଓ ପ୍ରୟୋଗର ମୂଲ୍ୟାଙ୍କନ ହୋଇଥିଲା । ଠିକ୍ ସେହିପରି ସଂସ୍କୃତି ଜ୍ଞାନ ବିଭାଗରୁ ପତ୍ର ବାଚନ, ପ୍ରଶ୍ନମଞ୍ଚ, ମୂର୍ତ୍ତି କଳା, ନିବନ୍ଧ ଓ ବ୍ୟକ୍ତିଗତ ଗୀତ ଅନୁଷ୍ଠିତ ହୋଇଥିଲା । ମୋଟ୍‌ ୨୩୮ ଜଣ ଭାଭଭଉଣୀ ବିଭିନ୍ନ ବିଭାଗରେ ଭାଗନେଇ ଥିବାବେଳେ ୨୫ ଜଣ ପରିଚାଳକ ଓ ପରିଚାଳିକା କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋବିନ୍ଦ ଅଗ୍ରୱାଲ ଦୀପ ପ୍ରଜ୍ୱଳନ ପୂର୍ବକ ଶିଶୁ, ଭାଇଭଉଣୀ ମାନଙ୍କୁ ମାର୍ଗଦର୍ଶନ କରି କୃତି ଭାଇଭଉଣୀମାନଙ୍କୁ ପୁରସ୍କୃତ କରିଥିଲେ । ଶିଶୁ ବର୍ଗରୁ ୩୫ଟି, ବାଲ ବର୍ଗରୁ ୧୬ଟି ଓ କିଶୋର ବର୍ଗରୁ ୦୩ଟି ମୋଟ୍‌ ୫୪ ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ୨୭ ଜଣ ବିଚାରକ ମୂଲ୍ୟାଙ୍କନ କରିଥିଲେ । ବିଭାଗ ବିଜ୍ଞାନ ପ୍ରମୁଖ ମମତା ଗଡତିଆ ସୂଚନା ପ୍ରଦାନ କରିଥିଲେ । ରଜତ ସାହୁ ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଦେବରାଜ ଡଣ୍ଡସେନା ଧନ୍ୟବାଦ ଦେଇଥିଲେ । ସମସ୍ତ ଗୁରୁଜୀ, ଗୁରମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.