ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଆଜାଦୀ କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ପାଳିତ ହେଉଥିବା ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଵାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାନ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ମନେପକେଇବା ନିମନ୍ତେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଏକ ରାଲି କଲେଜ ପରିସର ମଧ୍ୟରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.