oom

ବଲାଙ୍ଗିର ଜିଲ୍ଲା ଯୁବ ରେଡ୍‌କ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ବଲାଙ୍ଗିର ଜିଲ୍ଲା ଯୁବ ରେଡ୍‌କ୍ରସ୍‌ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲା ରେଡ୍‌କ୍ରସ୍‌ର ବାର୍ଷିକ ଯୋଜନା ପ୍ରସ୍ତୁତ ହୋଇଥିଲା । ମୁଖ୍ୟଅତିଥି ଜିଲ୍ଲା ଅପତ୍କାଳିନ ଅଧିକାରୀ ଶ୍ରୀମତୀ ସସ୍ମିତା ପ୍ରଧାନ ଯୋଗଦେଇ ଜିଲ୍ଲାର ରେଡ୍‌କ୍ରସ୍‌କୁ କିଭଳି ସଶକ୍ତ କରାଯିବ ଏବଂ ଏଥିପାଇଁ ପ୍ରଶାସନ ସମସ୍ତ ସହଯୋଗ ପାଇଁ ସଦାସର୍ବଦା ପ୍ରସ୍ତୁତ ବୋଲି କହିଥିଲେ । ସେହିଭଳି ସମ୍ମାନିତ ଅତିଥି ସମାଜସେବୀ ବିଷ୍ଣୁ ପ୍ରାସାଦ କେଡ଼ିଆ କହିଥିଲେ ଯେ, ମହାବିଦ୍ୟାଳୟ ସ୍ତରରେ କରାଯାଉଥିବା ଯୁବ ରେଡ୍‌କ୍ରସ୍‌ର ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକୁ ଜିଲ୍ଲା ପ୍ରଶାସନ ଲୋକଲୋଚନକୁ ଆଣିବା ଜରୁରି ଯାହାଦ୍ଵାରା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆହୁରି କ୍ରିୟାଶୀଳ ହେବେ, ସଭାପତି ଯୁବ ରେଡ୍‌କ୍ରସ୍ ଉପଦେଷ୍ଟାମାନେ ସ୍ଵେଚ୍ଛାସେବୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ମାଧ୍ୟମରେ ଅଧିକ ମାତ୍ରାରେ କିଭଳି ଛାତ୍ରଛାତ୍ରୀମାନେ ଏ କାର୍ଯ୍ୟକ୍ରମ ପ୍ରତି ଆକର୍ଷିତ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ବୈଠକର ଦ୍ଵିତୀୟ ଅଧିବେଶନରେ ୨୦୨୪-୨୫ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ସମ୍ବନ୍ଧେ ଆଲୋଚନା ହୋଇଥିଲା । ଏହି ସତ୍ରରେ ଜବାହର ଲାଲ୍ ମହାବିଦ୍ୟାଳୟ, ପାଟଣାଗଡ଼ର ଅଧ୍ୟକ୍ଷା ଆୟେଶା ବାନୁ, ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲାପଡ଼ାର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେର, କେ.ଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଦ୍ମଲୋଚନ ବ୍ରହ୍ମା ମଞ୍ଚାସୀନ ହୋଇଥିଲେ । ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ଶତାଧିକ ଅଧ୍ୟକ୍ଷ ଓ ଉପଦେଷ୍ଟାମାନେ ଯୋଗଦାନ କରିଥିଲେ । ଜିଲ୍ଲା ଯୁବ ରେଡ୍‌କ୍ରସ୍ ଆବାହକ ସମ୍ପାଦକ ଡ. ଅମୃତ ସିଂହ ବରିହା ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂଯୋଜକ ଡ. ଦୈତାରି ପୂଜାରୀ ସଭା ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ନୋଡାଲ ମହାବିଦ୍ୟାଳୟର ଉପଦେଷ୍ଟା, ଅଧ୍ୟାପକ ହୃଷିକେଶ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଲ୍ୟ ମଣ୍ଡିତ କରିବାରେ ଡ. କୌତୁକ ପନ୍ଦର, ବନ୍ଦନା ବାର୍, ଡ. ଅଶୋକ କୁମାର ମହାରଣା, ଡ. ରମଣୀ ନାଏକ, ଡ. ମଧୁସ୍ମିତା ମିଶ୍ର, ବିଶ୍ଵ ଭୂଷଣ ବିଶ୍ଵାଳ, ନୀଳକଣ୍ଠ ନାଗ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାହାର୍ଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.