
ସଇଁତଲା, (କେପିଏନ୍ଏସ୍) : ରବିବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଇଁତଲାଠାରେ ତୋଷରା ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ଉପସଭାପତି ନାରାୟଣ ଜାଲଙ୍କ ସଭାପତିତ୍ଵରେ, ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସଙ୍କୁଳ ସଂଯୋଜକ ସୁଶୀଲ କୁମାର ଦାଶ ଯୋଗ ଦେଇଥିବା ବେଳେ ବିଜ୍ଞାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ମିଶ୍ର (କରମତଲା) ମୁଖ୍ୟ ବକ୍ତା ଭାବରେ ତାଙ୍କର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରି ଶିଶୁ ଭାଇଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ନୂତନ ହୋତା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଙ୍କୁଳର ଆଠଟି ବିଦ୍ୟାଳୟର ମୋଟ ୨୬୦ ଜଣ ଛାତ୍ରଛାତ୍ରୀ, ବିଜ୍ଞାନ ଓ ଗଣିତରେ ମୋଟ୍ ୫୫ଟି ପ୍ରକଳ୍ପ ପ୍ରଦର୍ଶନ କରିଥିବା ବେଳେ, ତିନୋଟି ବିଭାଗର ପ୍ରଶ୍ନମଞ୍ଚ, ପତ୍ର ବାଚନ, ପ୍ରୟୋଗ, ମୂର୍ତ୍ତିକଳା, ଭାଷଣ ଓ ସଂଗୀତ ଭଳି ପ୍ରତିଯୋଗିତାରେ ଉତ୍ସାହର ସହିତ ଭାଗ ନେଇଥିଲେ । ବିଜ୍ଞାନ ମେଳାର ସମାରୋପ ଉତ୍ସବରେ ପଞ୍ଚାୟତ ସମିତି ସଇଁତଲାର ଅଧ୍ୟକ୍ଷା ଶ୍ରୀମତି ମୋନିକା ସିଂହ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ସହ ବିଦ୍ୟାଳୟ ପରିସରରେ ସଇଁତଲା ପଞ୍ଚାୟତ ସମିତି ଦ୍ଵାରା ପ୍ରଦତ୍ତ ନୂତନ ସାଇକେଲ ଷ୍ଟାଣ୍ଡକୁ ଉଦ୍ଘାଟନ କରିଥିଲେ । ଏହି ସମୋରୋପ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପାଧ୍ୟକ୍ଷ ଗୁଣସଗର ମାଝି, ସଙ୍କୁଳ ପ୍ରମୁଖ ହେମନ୍ତ ଦାଶ, ସଙ୍କୁଳ ସଂଯୋଜକ ସୁଶୀଲ କୁମାର ଦାଶ, ପରିଚାଳନା ସମିତିର ଉପସଭାପତି ନାରାୟଣ ଜାଲ, ସମ୍ପାଦକ ଭୀମସେନ ସ୍ଵାଇଁ, ପୂର୍ବତନ ସମ୍ପାଦକ ଦିଲ୍ଲୀପ ବଗର୍ତ୍ତୀ ଓ ସରୋଜ ବୈଠାରୁ ଯୋଗଦାନ ଦେଇଥିଲେ । ଉତ୍ସବରେ ମୁଖ୍ୟ ବକ୍ତା କ୍ଷେତ୍ରପତି ଜାଲ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ଶିଶୁ ଭାଇଭଉଣୀଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃତିତ୍ଵଅର୍ଜନ କରିଥିବା ଶିଶୁ ଭାଇଭଉଣୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସଙ୍କୁଳର ମୋଟ୍ ୮ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ ସହଯୋଗରେ ତଥା ୨୪ ଜଣ ପରିଚାଳକଙ୍କ ସହଯୋଗ କ୍ରମେ ବିଭିନ୍ନ ପ୍ରତିଯୋଗୀତା ଗୁଡିକ ସୁଢଙ୍ଗରେ ପରିଚାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା ତଥା ବାହନ ଚାଳକ ମାନଙ୍କ କଠିନ ପରିଶ୍ରମ ବଳରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା । ପରିଶେଷରେ ବିଦ୍ୟାଳୟର ସମ୍ପାଦକ ଭୀମସେନ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।