ମୁରିବାହାଲ ବ୍ଳକସ୍ତରୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ହାଇସ୍କୁଲରେ ମଙ୍ଗଳବାର ବ୍ଲକସ୍ତରୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକର ୧୯ଟି ହାଇସ୍କୁଲରୁ ନବମ ଓ ଦଶମ ଶ୍ରେଣୀର ମୋଟ ୯୫ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ବାଙ୍କେଲ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ରୁପେଶ ବାଗ ପ୍ରଥମ, ହଳଦୀ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଧରିତ୍ରୀ ବାଗ ଦ୍ଵିତୀୟ ଓ କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ରୂପେଶ ମହାକୁର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ଟ୍ରଫି, ସାର୍ଟିଫିକେଟ ଓ ପାଠ୍ୟ ସାମଗ୍ରୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାନ୍ତାରାମ ଧରୁଆ ଓ କୈଳାସ ଚନ୍ଦ୍ର ଭୋଇ ତଥା ହାଇସ୍କୁଲ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ର ସାଧାରଣଜ୍ଞାନ ପରୀକ୍ଷା ପରିଚାଳନା କରି ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥଲେ । ଏହି ପ୍ରତିଯୋଗିତାରେ ସମସ୍ତ ସିଆର୍‌ସିସି ଓ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.