oom

ଜିଲ୍ଲାସ୍ତରୀୟ ହାକାଥନ୍‌ ୨୦୨୩-୨୪ ଅନୁଷ୍ଠିତ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସଂଘର୍ଷ ହିଁ ଜୀବନର ମୂଳମନ୍ତ୍ର । ଯିଏ ନିଜକୁ ଯେତେ ପରିମାର୍ଜିତ କରିବ, ସିଏ ଜୀବନରେ ସେତେ ସଫଳତାର ଶୀର୍ଷକୁ ଛୁଇଁପାରିବ । ଏଥିପାଇଁ କଠିନ ପରିଶ୍ରମ ଓ ଡିଜିଟାଲି ଆମକୁ ଅଧିକ ସକ୍ଷମ ହେବାକୁ ପଡ଼ିବ ବୋଲି ଅତିଥିମାନେ ଜିଲ୍ଲାସ୍ତରୀୟ ହାକାଥନ୍‌ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଶିଗୁଡ଼ା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପଢ଼ି, ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଇତିଶ୍ରୀ ସାହୁ, ଓ.ୟୁ.ଟି.ଆର୍‌. ଭୁବନେଶ୍ୱରର
ରୁରୁରାଜ ପ୍ରଧାନ ଓ ବିଶାଳ ପରିଢା ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷୟିତ୍ରୀ ସୃତିଶିଲ୍‌ଭା ପଣ୍ଡା ସ୍ୱାଗତଭାଷଣ ଦେଇଥିବା ବେଳେ ବର୍ଷା ତ୍ରୀପାଠୀ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଶିକ୍ଷକ ସୋମନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ସ୍ତରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ୨୪ଟି ହାକାଥନ୍‌ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ଓ.ୟୁ.ଟି.ଆର୍‌.ର ଡ. ଋତୁରାଜ ପ୍ରଧାନ, ବିଶାଳ ପରିଡ଼ା, ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ କଳାହାଣ୍ଡିର ଡ. ସୁଶାନ୍ତ ମୋହନ୍ତ ଓ ଡ. ରାଜେନ୍ଦ୍ର ନାୟକ ଯୋଗ ଦେଇଥିଲେ । ଆୟୋଜିତ ଉଦ୍‌ଯାପନୀ ସମାରୋହରେ ଇତିଶ୍ରୀ ସାହୁଙ୍କ ସଭାପତିତ୍ୱ ଓ ମୁଖ୍ୟ ଅତିଥି ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପ୍ରତିଯୋଗୀତାରେ ଅଂଶଗ୍ରହଣକାରୀଙ୍କୁ ପ୍ରସଂଶା ପତ୍ର ଓ ବିଜେତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଶିଗୁଡାର ଛାତ୍ରୀ ଅଦିତି ପଟ୍ଟନାୟକଙ୍କୁ ୧୫, ୦୦୦ ଟଙ୍କା, ଦ୍ଵିତୀୟ ହୋଇଥିବା ପ୍ରିୟଦର୍ଶିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜୁନାଗଡ଼ର ଛାତ୍ରୀ କରିଶ୍ମା ଶବରଙ୍କୁ ୧୦, ୦୦୦ ଟଙ୍କା ଏବଂ ତୃତୀୟ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମ. ରାମପୁରର ଛାତ୍ରୀ ମନିଷା ବନ୍ ସଲ୍‌ଙ୍କୁ ୫, ୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ଏହାସହ ସେମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିତେନ୍ଦ୍ର ମୁଣ୍ଡ, ପ୍ରଶାନ୍ତ ନନ୍ଦ, ଟଙ୍କଧର ସାହୁ, କୈଳାଶ ବିଶି, ତପନ ମୁଣ୍ଡ, ସ୍ୱାଗତ ମହାରଣା, ବିରଞ୍ଚି ତାଣ୍ଡି, ଜସ୍ ବୀର କୁମାର, ଅନୀତା ସୁନାନି, ଅଭିଷେକ ବେହେରା, ସୁନିଲ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.