କେ.ଭି. ମହାବିଦ୍ୟାଳୟରେ ଏକ ଦିବସୀୟ ସମ୍ପାନ ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି କେ. ଭି. ମହାବିଦ୍ୟାଳୟର ଲିଟରେରୀ ସୋସାଇଟି ଆନୁକୂଲ୍ୟରେ ‘ପ୍ରଫେସର ଲୋହିତାକ୍ଷ ଯୋଷୀଙ୍କ ସାହିତ୍ୟ ଜଗତକୁ ଅବଦାନ: ଏକ ଆକଳନ’ ଶୀର୍ଷକ ଏକ ଏକଦିବସୀୟ ସଂପାନ୍ନ ତା ୩୦/୦୬/୨୦୨୪ରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ପଦ୍ମଲୋଚନ ବର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଡ. ଗୋବିନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଯୁକ୍ତ ୨ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ସମ୍ମାନନିୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ କବି ଓ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ନୀଳ ଲୋହିତ ସିଂହ ଦେବ, ପ୍ରାଧ୍ୟାପକ ତଥା ଲେଖକ ସାମୁଏଲ ଦାନୀ, ସମାଲୋଚକ ଓ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ. ସୁଶାନ୍ତ କୁମାର ବିଶୀ ତଥା ବିଶିଷ୍ଟ କବି ଓ ଗାଳ୍ପିକ ଗୌରାଙ୍ଗ ସାହୁ ସାମ୍ମାନନିୟ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ ମଧ୍ୟ ମଂଚାସୀନ ଥିଲେ । ବକ୍ତା ମାନେ ଲୋହିତାକ୍ଷ ଯୋଷୀଙ୍କ ଲିଖିତ, ସମ୍ପାଦିତ ଓ ଅନୁଦିତ ଉଭୟ ଓଡ଼ିଆ ଓ ଇଂରାଜୀ ପୁସ୍ତକ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ତାଙ୍କ ସାରସ୍ୱତ କୃତିର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏହା ସାହିତ୍ୟ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା କହିଥିଲେ । ତାଙ୍କ ବକ୍ତବ୍ୟରେ ପ୍ରଫେସର ଯୋଷୀ ତାଙ୍କର ଲେଖନୀ ସମାଜର ବଂଚିତ, ଅବହେଳିତ ମାନଙ୍କ ପାଇଁ ଜାରି ରହିବ ବୋଲି ଦୃଢୋକ୍ତି ରଖିଥିଲେ । ଓଡ଼ିଆ ବିଭାଗ ଅଧ୍ୟାପକ ଡ. ସୁଶାନ୍ତ ମହାନନ୍ଦ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଓଡ଼ିଆ ଅଧ୍ୟାପକ ଡ. ସଂଜୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଇଂରାଜୀ ଅଧ୍ୟାପିକା ବବିତା ଦେବଦର୍ଶିନୀ ବିବରଣୀ ଉପସ୍ଥାପନା କରିଥିଲେ ଓ ହିନ୍ଦୀ ଅଧ୍ୟାପକ ଯତୀନ ଦ୍ଵାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ସମ୍ପାନ ଆୟୋଜନରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଅବସର ଗ୍ରହଣ କରିଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ । ଓଡ଼ିଆ ଓ ବାଣିଜ୍ୟ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.