ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ବଜେଟ୍‌ ଉପରେ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଆନଭକୂଲ୍ୟରେ ବିଭାଗ ପ୍ରମୁଖ ପ୍ରଫେସର କୌଶଲ୍ୟା କିଶନଙ୍କ ଆବାହନ କ୍ରମେ କେନ୍ଦ୍ରୀୟ ବଜେଟ୍‌ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ନାତକୋତ୍ତର ଛାତ୍ରଛାତ୍ରୀ ବଜେଟ୍‌ ଉପରେ ଉପସ୍ଥାପନ କରିଥିଲେ । ଅଧ୍ୟାପକ ମାନସ ରଞ୍ଜନ ସାହୁ ସେମିନାରକୁ ସଞ୍ଚାଳନ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ସ୍ନାତକୋତ୍ତର ଓ ସ୍ନାତକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରଧ୍ୟାପିକା କୌଶଲ୍ୟା କିଶନ, ଅଧ୍ୟାପକ ମାନସ ରଞ୍ଜନ ସାହୁ, ଓମ୍‌ ପ୍ରକାଶ ପୂଜାହରୀ, ସୁନୀତା ମହାନନ୍ଦ, ଭୂମିକା ଜୈନ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବଜେଟ୍‌ ଉପରେ ସଂପୂର୍ଣ୍ଣ ଆଲୋଚନା କରିବା ସହିତ ସାଧାରଣ ଲୋକଙ୍କ ଧାରଣା ଉପରେ ଚର୍ଚ୍ଚା କରାଯାଇଥିଲା । ଜନସାଧାରଣଙ୍କ ଜୀବନରେ କେମିତି ବଜେଟ୍‌ର ପ୍ରଭାବ ପଡ଼ିବ ତାହା ସହ ସମସ୍ତେ ଏହା ଜାଣିବା କେତେ ଦରକାର ତାହା ଉପରେ ଆଲୋଚନା କରାଯାଇଥିଲା । ଅଧ୍ୟାପକ ମାନସ ରଞ୍ଜନ ସାହୁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.