ଏସ୍‌ଏସ୍‌ସିଟିଆଇ ଓ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ବିଲେଇସର୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଏସ୍‌ଏସ୍‌ସିଟିଆଇ ଓ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ଚାରା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଲେଇସର୍ଡା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଏସ୍‌ଏସ୍‌ସିଟିଆଇ ଅନୁଷ୍ଠାନର ପରିଚାଳକ ଶମ୍ଭୁ ସାହୁ ଓ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ପ୍ରକୃତି ବନ୍ଧୁ ସୁନୀଲ ମହାନ୍ତି ତତ୍ୱାବଧାନରେ ଅନୁଷ୍ଠାନ ପରିସରରେ ଚାରା ବଣ୍ଟନ ଏବଂ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଲେଇସର୍ଡା ସରପଞ୍ଚ ସୁଶାନ୍ତ କୁମାର ଛତ୍ରିଆ ଓ ସମାଜ ସେବୀ ମଧୁସୂଦନ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଚାରା ବଣ୍ଟନ କରିଥିଲେ । ପରେ ପରେ ବିଲେଇସର୍ଡା ପଂଚାୟତ ପରିସରରେ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ପଂଚାନନ ସା, ନୀଳ କବାଟ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରୁପା, ରଶ୍ମି, ରଞ୍ଜନ, ନିରଞ୍ଜନ, ବାଦଲ, ସିବା ବହୁ ଛାତ୍ରଛତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.