oom

ପାଇକମାଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକଙ୍କ ସହଯୋଗରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ସୁଚାରୁ ରୂପେ ପ୍ରଦର୍ଶିତ ହୋଇଛି । ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ମୁଖ୍ୟଅତିଥି‌, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ପାଇକମାଲ କେନ୍ଦ୍ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ ବାଗ, ଅବସର ପ୍ରାପ୍ତ ଶିକ୍ଷକ ଡୋଳାମଣି ମାହାର ଅନ୍ୟତମ ଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ବରିଷ୍ଠ ଓ କନିଷ୍ଠ ଆଦି ବିଭାଗରେ ପ୍ରାୟ ୬୧ ଗୋଟି ପ୍ରକଳ୍ପ କୁନି ବୈଜ୍ଞାନିକଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ବରିଷ୍ଠ ଶିକ୍ଷକ ମାଧବ କୁମାର ସାହୁ, ଶିକ୍ଷକ ସନ୍ଧ୍ୟାକାନ୍ତ ଧରୁଆ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ । ପ୍ରତ୍ୟେକ ବିଭାଗ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା ।

jittmm
Leave A Reply

Your email address will not be published.