ଦେଢ଼ଗାଁରେ ପଞ୍ଚାୟତସ୍ତରୀୟ ସାମାଜିକ ସମୀକ୍ଷା ଗ୍ରାମସଭା ବୈଠକ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଢ଼ଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତସ୍ତରୀୟ ସାମାଜିକ ସମୀକ୍ଷା ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ଗହୀରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଜୋସିଏଲ୍‌ ସେନାପତି, ବ୍ଲକ ସାମାଜିକ ସମୀକ୍ଷକ ସୁଶୀଲ କୁମାର ପୋଡ଼, ଗ୍ରାମ ରୋଜଗାର ସେବକ ଜ୍ୟୋତି ସୁନା ଓ ସମସ୍ତ ଗାଁ ସାଥି, ୱାର୍ଡ ସଭ୍ୟସଭ୍ୟା, ଭିଆର୍‌ପି, ଏମ୍‌ବିକେ, ସିଆର୍‌ପି ଏବଂ ସମସ୍ତ ଶ୍ରମିକମାନେ ଉପସ୍ଥିତ ଥିଲେ । ନରେଗା ଶ୍ରମିକ ମାନଙ୍କୁ ୨୦୨୩/୨୪ ଆର୍ଥିକ ବର୍ଷରେ ୩୦୦ ଦିନ, ୨୦୦ ଦିନ ଓ ୧୦୦ ଦିନ କାମ କରିଥିବା ଶ୍ରମିକମାନଙ୍କୁ ମୁଖ୍ୟ ଅତିଥି ଗଇଁତି, ପାଉଡ଼ା, ଘମେଲା ସହ ଅନ୍ୟ ସାମଗ୍ରୀ ଗୁଡିକ ବଣ୍ଟନ କରାଯାଇଥିଲା । ଏଥିରେ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ

Leave A Reply

Your email address will not be published.