ଟାଣୁଆ ନେତା ସ୍ୱର୍ଗତ ଗିରିଧାରୀ ପତିଙ୍କ ଉଦ୍ଦେଶ୍ୟରେ ଶୋକ ସଭା ଅନୁ‌ଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ହାଟପଦାପଡ଼ାର କମ୍ୟୁନିଟି ହଲ୍‌ରେ ଟାଣୁଆ ନେତା ସ୍ୱର୍ଗତ ଗିରିଧାରୀ ପତିଙ୍କ ଅମର ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁ‌ଷ୍ଠିତ ହୋଇଯାଇଛି । ମୈତ୍ରୀମହଲ କ୍ଲବ ଏବଂ ମା’ ମେଟାକାନୀ ମନ୍ଦିର କମିଟି ତରଫରୁ ଆୟୋଜିତ ଏହି ସଭାରେ ମା’ ମେଟାକାନୀ ମନ୍ଦିର କମିଟି ସଭାପତି ଲୋଟସ ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲେ ଓ ସ୍ୱର୍ଗତ ଗିରିଧାରୀଙ୍କ ପ୍ରତି ଗଭୀର ଅଶ୍ରୁଳ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ସ୍ୱର୍ଗତ ଗିରିଧାରୀ ପତି ଏକାଧାରରେ ଜଣେ ରାଜନୀତିଜ୍ଞ, ସମାଜସେବୀ, ଖେଳାଳୀ ଥିଲେ । ସଂଗୀତ ପ୍ରତି ମଧ୍ୟ ତାଙ୍କ ବିଶେଷ ଆକର୍ଷଣ ରହିଥିଲା । ଜଣେ ଦକ୍ଷ ଯୁବ ସଂଗଠକ ଭାବେ ତାଙ୍କ ମଧ୍ୟରେ ଭରପୂର ଦକ୍ଷତା ପୂରି ରହିଥିଲା । ତାଙ୍କଠାରୁ ମୁଁ ରାଜନୀତି ଆରମ୍ଭ କରିଛି ବୋଲି ଶ୍ରୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ । ତାଙ୍କ ଭଳି ଜଣେ ଦକ୍ଷ ମଣିଷଙ୍କ ହରାଇ ବଲାଙ୍ଗିର ମାଟି ଅନେକ କିଛି ହରାଇଛି ବୋଲି ସେ ମତ ରଖିଥିଲେ । ଉକ୍ତ ସଭାରେ ହାଟପଦାପଡ଼ାର ଶତାଧିକ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ । ଗିରିଧାରୀ ଶତପଥୀ ଏବଂ ସଚ୍ଚିଦାନନ୍ଦ ମିଶ୍ର ଦୀପ ପ୍ରଜ୍ୱଳନ କରି ତଥା ଧୂପ ଦେଇ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ବିଭିନ୍ନ ପଡ଼ାର ସ୍ୱର୍ଗତ ଗିରିଧାରୀଙ୍କ ଶୁଭେଚ୍ଛୁ, ସାଥୀ ତଥା ବୁଦ୍ଧିଜୀବୀ ମାନେ ମଧ୍ୟ ଏହି ସଭାରେ ଉପସ୍ଥିତ ରହି ତାଙ୍କ ପ୍ରତି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରଭାକର ମିଶ୍ର, ଶାନ୍ତନୁ ମିଶ୍ର, ଚିନ୍ତାମଣି ଷଡ଼ଙ୍ଗୀ, ସନ୍ତୋଷ ବେହେରା, ସୁରେନ୍ଦ୍ର ମିଶ୍ର, ସୁଶୀଳ ବେହେରା, ବୈକୁଣ୍ଠ ଖୁଣ୍ଟିଆ, ହରିଶଙ୍କର ମିଶ୍ର, ବିଧୁଭୂଷଣ ତ୍ରିପାଠୀ, ଭଗବାନ ବଗର୍ତ୍ତୀ, ସନ୍ତକ ବହିଦାର, ସୁଦାମ ସାହୁ, ଶମ୍ଭୁ ନାଗ, ଟିକୁ ପରିଚ୍ଛା, କାର୍ତ୍ତିକ କରନ, ରବି ଜେନା, ଜିତୁ ମୁନି, ଜଗନ୍ନାଥ ମିଶ୍ର, ସଂଜୟ ଷଡ଼ଙ୍ଗୀ, ଯଦୁ ମେହେର, ବେଲାର ଥପା, ଭାସ୍କର ବେହେରା, ସୋମନାଥ ମିଶ୍ର, ଅଙ୍କୁଶ ପାଣ୍ଡିଆ, ରାଜୁ ସାହୁ, ସନତ ତ୍ରିପାଠୀ, ପବିତ୍ର ଖୁଣ୍ଟିଆ, ସନ୍ତୋଷ ପାଢ଼ୀ, ରାମ ଜଟି, ସତ୍ୟ ପତି, ପୃଥ୍ୱୀରାଜ ବରାଡ଼ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଏହି ସଭାରେ ଉପସ୍ଥିତ ଥିଲେ । ସ୍ୱର୍ଗତ ପତିଙ୍କର ପରିବାର ବର୍ଗର ସଦସ୍ୟମାନେ ମଧ୍ୟ ଏହି ଶୋକସଭାରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.