oom

ବସନ୍ତ ମହୋତ୍ସବ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ବେହେରାପାଲି ଗ୍ରାମ ଠାରେ ବସନ୍ତ ମହୋତ୍ସବ କୋଭିଡ ଗାଇଡ ଲାଇନ୍ ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମ ଦିନ ଗ୍ରାମ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଦୁର୍ୟ୍ୟୋଧନ ସାହୁ, ଗହକି ବାରିକ, ନରସିଂହ ଭୋଇ, ବିପିନ ବିହାରୀ ସାହୁ, ଗଣେଶ ରାମ ବେହେରା, ରାଜେନ୍ଦ୍ର ପଧାନଙ୍କୁ ଗୁରୁଶ୍ରୀ ସମ୍ମାନ ପ୍ରଦାନ କରାଯାଇ ଗୁରୁ ପୂଜନ କରାଯାଇଥିଲା । ଏହି ଅବସରରେ ବାର୍ଷିକ ପତ୍ରିକା ଦଇନି ଏବଂ କବି ରୋହିତ ମେହେରଙ୍କ ଗୀତ ଲହଡା ବହି ଉନ୍ମୋଚିତ ହୋଇଥିଲା । କେଦାରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷକ ସୁଶାନ୍ତ ସାହୁ ଅତିଥି ପରିଚୟ, ଅଧ୍ୟାପକ ଜଗଦୀଶ ସାହୁ ଉଦ୍ଦେଶ୍ୟ ଜ୍ଞାପନ ଏବଂ କବି ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ବସନ୍ତ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ହାସ୍ୟ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ ହଲଧର ନାଗ, ସମ୍ମାନିତ ଅତିଥି ଭାବେ ଗୁଣସାଗର ସାହୁ, ଭାଗିରଥି ସାହୁ ମଂଚାସୀନ ଥିଲେ । ଏହି ଅବସରରେ ପଦ୍ମଶ୍ରୀ ଡ. ହଲଧର ନାଗଙ୍କୁ କାଳିଦାସ ସମ୍ମାନ, କବି ଗୁଣସାଗର ସାହୁଙ୍କୁ ଦଇନି ସମ୍ମାନ ଏବଂ ବସନ୍ତ ମହୋତ୍ସବର ସମସ୍ତ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଏହାପରେ କବି ରାଜେଶ କାରିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବି ସମ୍ମିଳନୀରେ କବି ଅଧିକାରୀ ସା’, ଗୁଣସାଗର ସାହୁ, ହରିଲାଲ ସାହୁ ଏବଂ ପଦ୍ମଶ୍ରୀ ହଲଧର ନାଗ ସ୍ବରଚିତ କବିତା ପାଠ କରିଥିଲେ । ଅନ୍ତିମ ଦିବସରେ ଗ୍ରାମର କଳାକାର ମାନେ ଅଧ୍ୟାପକ ଜଗଦୀଶ ସାହୁଙ୍କ ରଚିତ ବିକ୍ରମାଦିତ୍ୟ ନାଟକ ମଂଚ‌ସ୍ଥ କରିଥିଲେ । ବିକ୍ରମାଦିତ୍ୟ ଭୂମିକାରେ ପୁଷ୍ପ ରଞ୍ଜନ ମେହେର ଅଭିନୟ କରିଥିବା ବେଳେ ରୋହିତ ମେହେର, ଟେକଚାନ୍ଦ ମେହେର, ବାଳକୃଷ୍ଣ ଧୀବର, ସୁଦାମ ସାହୁ, ନକୁଳ ମେହେର, ଭୁପେନ ସାହୁ, ଅଶୋକ ମେହେର, ପ୍ରମୁଖ ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ ।

jittmm
Leave A Reply

Your email address will not be published.