mahavir

ଟିଟିଲାଗଡ ଲାୟନ୍ସ କ୍ଲବ ଓ ରାୟପୁରର ବ୍ଲୁ ବାର୍ଡ ଚିଲଡ୍ରେନ୍ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଶିଶୁମାନଙ୍କ ପାଇଁ ଶିଶୁ ସ୍ୱାସ୍ଥ୍ୟ ପରିକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦାବେଳେ ସମାଜରେ ସେବାକାର୍ଯ୍ୟ କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ସକାଳ ଆଠଟା ରୁ ଅପରାହ୍ନ ଚାରିଟା ସମୟ ଯାଏଁ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଏକ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟି ରାୟପୁର ବ୍ଲୁ ବାର୍ଡ ହସ୍ପିଟାଲ୍ ଓ ଲାୟନ୍ସ କ୍ଲବ ଟିଟିଲାଗଡର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ବ୍ଲୁ ବାର୍ଡ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ଭାର୍ଗବ, ଡାକ୍ତର ଆଲୋକ ଅଗ୍ରୱାଲ, ଡାକ୍ତର ପ୍ରାଙ୍କୁର ପାଣ୍ଡେ, ଡାକ୍ତର ଓଁକାର ଖଣ୍ଡେଲୱାଲ ଓ ଅନ୍ୟ କାର୍ଯ୍ୟରତ ଷ୍ଟାଫମାନେ ଆସି ଶିଶୁଙ୍କୁ ଦେଖିବା ସହ ଆବଶ୍ୟକ ସ୍ଥଳେ ଔଷଧ ମଧ୍ୟ ବଣ୍ଟନ କରିଥିଲେ । କ୍ଲବ୍ ସଭାପତି ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳର ବହୁ ଶିଶୁ ଆସି ଚିକିତ୍ସିତ ହୋଇଥିଲେ । ଯେଉଁ ଶିଶୁର ଅତ୍ୟଧିକ ସ୍ୱାସ୍ଥ୍ୟର ସମସ୍ୟା ରହିଥିଲା ତାକୁ ରାୟପୁର ବ୍ଲୁ ବାର୍ଡ ହସ୍ପିଟାଲକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ସରକାରଙ୍କ ଦ୍ୱାରା ପ୍ରଚଳିତ ଆୟୁଷ୍ମାନ କାର୍ଡ ଧରି ମଧ୍ୟ ତାହାର ଲାଭ ଉଠାଇ ପାରିବେ ଏବଂ ଖାସ୍‌କରି ଟିଟିଲାଗଡ ସହର କିମ୍ବା ଲାୟନ୍ସ କ୍ଲବ ତରଫରୁ ରେଫରେନ୍ସ ମିଳିଲେ ବିଲ ବାହାରେ ରିହାତି ମିଳିବ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଶିବିରକୁ ପରିଚାଳନା କରିବାରେ ଲାୟନ୍ସ କ୍ଲବର ଚାଟାର୍ଡ ମେମ୍ବର ଗୋପାଳ ଲାଠ, ବିଶିଷ୍ଠ ଲାୟନ ସଦସ୍ୟ ସତ୍ୟ ନାରାୟଣ ଶର୍ମା, ପ୍ରୋଜେକ୍ଟ ଡାଇରେକ୍ଟର ଲାୟନ ମଦନ ପୃଷ୍ଟି, କୋଷାଧ୍ୟକ୍ଷ ବିନୟ ଜୈନ, ଲାୟନ ସୁଜିତ ଚୌଧୁରୀ, ମାର୍କେଟିଙ୍ଗ ଚେୟାର ପର୍ସନ ଲାୟନ ସଞ୍ଜୟ କୁମାର ନାୟକ, ଲାୟନ ଶମ୍ଭୁ ପ୍ରସାଦ ଗୋଏଲ, ରାକେଶ ଜୈନ, ଗଙ୍ଗା ଧର ଶର୍ମା, ଅସୀମ କୁଣ୍ଡୁ, ଆବାସ ଖାଁ, ଶୈଳେଶ ଗୋଏଲ, ଅଜିତ ଚାନ୍ଦ ପାତ୍ର, ଦୀପକ୍ ପୃଷ୍ଟି, ଅଙ୍କିତ ଲାଠ, ବିକାଶ ଜୈନ ଲିଓ କ୍ଲବ୍ ସଭାପତି ପ୍ରତ୍ୟୁଷ ସାହୁ, କୋଷାଧ୍ୟକ୍ଷ ଶୁଭଦୀପ ସାମନ୍ତ, ଲିଓ ସୁଶୀଲ ଗୋଏଲ, ସାହିଲ ମେମନ, କୋ ପ୍ରୋଜେକ୍ଟ ଡାଇରେକ୍ଟର ଅଙ୍କିତ ଗୁପ୍ତା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ । ତେବେ ଶିବିର ସରିବା ପରେ ରାୟପୁରର ବ୍ଲୁ ବାର୍ଡ ହସ୍ପିଟାଲର ସମସ୍ତ ଡାକ୍ତର ଓ ସହାଯୋଗ କରିଥିବା କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.