ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଷ୍ଟେଟ ବ୍ୟାଙ୍କ, ବଲାଙ୍ଗିର ପ୍ରଧାନ ଶାଖା ପେନ୍ସନରସ୍ ମାନଙ୍କର ଏକ ସଭା ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶାଖା ପରି·ଳକ ପ୍ରଭାତ ରଞ୍ଜନ ନାଏକଙ୍କ ସଭାପତିତ୍ୱରେ ପେନ୍ସନରସ୍ଙ୍କ ସମସ୍ତ ସୁବିଧା ଓ ଅସୁବିଧା ଉପରେ ତର୍କ ହୋଇଥିଲା । ସମସ୍ତ ଅସୁବିଧାର ସମାଧାନ କରାଯିବ ବୋଲି ସ୍ୱୀକୃତି ଦିଆଯାଇଥିଲା । ଶାଖାର ପରିଚାଳନା ଉପରେ ପେନ୍ସନର୍ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଉକ୍ତ ସଭାରେ କରୋନା ପାଇଁ ମାତ୍ର କୋଡିଏ ଜଣ ଯୋଗ ଦେଇଥିଲେ । ପେନ୍ସନ୍ ସଂଘର ସଭାପତି ନୀଳମଣି ମିଶ୍ର, ଗୋପବନ୍ଧୁ ପୁରୋହିତ, ଗୋବିନ୍ଦ ମିଶ୍ର, ପ୍ରସନ୍ନ ମିଶ୍ର, ହରେକୃଷ୍ଣ ପଟେଲ, ସତ୍ୟବନ୍ତ ବେଦ୍ବାକ୍, ପର୍ଶୁ ନାୟକ, ଯୁଧିଷ୍ଠିର ମିଶ୍ର, ରଘୁନାଥ ମିଶ୍ର, ବୃନ୍ଦାବନ ବରାଳ ଆଦି ସଭାରେ ବକ୍ତବ୍ୟ ରଖିଥିଲେ । ସଭାରେ କୋଭିଡ୍ ନିୟମ ପାଳନ କରାଯାଇଥିଲା । ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ସଭା ଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post