ହରଭଙ୍ଗା ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସାଲେଭଟ।, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇକୋ କ୍ଲବ୍ ଆନୁକୂଲ୍ୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଲେଭଟା ବନ ଅଧିକାରୀ ଚୌଧୁରୀ ଦଳପତି ମୁଖ୍ୟ ଅତିଥି, ପରିବେଶବିତ୍ ଋଷଭ ପଧାନ, ସିମେଲମୁଣ୍ଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ ନନ୍ଦ ଓ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବିପିନ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ ଓ ସ୍ୱଚ୍ଛ ପରିବେଶ ଗଠନ ଉପରେ ଆଲୋକପାତ କରିଥିଲେ । ତତ୍ପରେ ପ୍ଲାକାର୍ଡ, ବ୍ୟାନର ଓ ଡ୍ରମ୍ ବାଜା ସହ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସଚେତନତା ଶୋଭାଯାତ୍ରା କରାଯାଇଥିଲା । ପୂର୍ବରୁ ଆୟୋଜିତ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ଗୋବିନ୍ଦ ସାହୁ ପରିଚାଳନା କରିଥିଲେ । ଶିକ୍ଷକ ଦିଲ୍ଲୀପ ଥନାପତି, ରାଜକିଶୋର ମହାକୁର, ମଣ୍ଟେଶ ସାହୁ, ବନ କର୍ମଚାରୀ ଅଂଶୁମାନ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.