ରାଷ୍ଟ୍ରଭାଷା ପରୀକ୍ଷା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ ଠାରେ ରାଷ୍ଟ୍ରଭାଷା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରଭାଷା ପ୍ରଚାର ସମିତି, ୱର୍ଦ୍ଧା ଅନ୍ତର୍ଗତ ରାଷ୍ଟ୍ରଭାଷା ପ୍ରାଥମିକ, ପ୍ରାରମ୍ଭିକ, ପ୍ରବେଶ, ପରିଚୟ, କୋବିଦ ଏବଂ ରତ୍ନ ପରୀକ୍ଷା ୨୮ ଫେବୃଆରୀରୁ ୦୩ ମାର୍ଚ୍ଚ ଚାରିଦିନ ଧରି ଅନୁଷ୍ଠିତ ହୋଇଥିଲା । ରାଉରକେଲା ତଥା ଆଖପାଖ ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରୁ ମୋଟ ୧୧୮ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଯୋଗ ଦେଇଥିଲେ । କେନ୍ଦ୍ର ଅଧୀକ୍ଷକ ତଥା ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ସମ୍ପନ୍ନ ହୋଇଥିଲା ବୋଲି ସଂସ୍ଥାନର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ପାଦକ ଡଃ. ଜଗନ୍ନାଥ ଦାଶ ଜଣାଇଛନ୍ତି ।

Leave A Reply

Your email address will not be published.