ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ (କ) ସାଧନ କେନ୍ଦ୍ର ସଂଯୋଜକ ଦେବାଶିଷ ସାହୁଙ୍କ ତତ୍ୱାବଧାନରେ ଅଷ୍ଟମ ମାସିକ କ୍ଲଷ୍ଟର ସ୍ତରୀୟ ସ୍ଥାନୀୟ ବୈଠକ ନଅଗାଁ (କ) ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୁଖ୍ୟ ବିନ୍ଦୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ପରିଚାଳନା ଓ ପାସ୍ ଫେଲ୍ ବ୍ୟବସ୍ଥା ଥିବାରୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗୁଡିକ ବିଷୟରେ ଆଲୋଚନା ହୋଇଥିଲା । ସରକାରୀ ବିଦ୍ୟାଳୟ ଗୁଡିକରେ ଏଫ୍.ଏଲ୍.ଏନ୍. କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ପ୍ରତ୍ୟେକ ବିଦ୍ୟାଳୟମାନଙ୍କୁ ଯାଦୁ ପେଡ଼ି ନାମକ ଶିକ୍ଷଣ ସାମଗ୍ରୀ ଯୋଗାଯାଇଛି । ଏଥିରେ ଶିକ୍ଷଣକୁ ଆକର୍ଷଣୀୟ କରିବା ପାଇଁ ସୁନ୍ଦର ଓ ଆନନ୍ଦଦାୟୀ ଶିକ୍ଷଣ ସାମଗ୍ରୀ ଗୁଡ଼ିକ ରହିଛି । ଏହି ଯାଦୁ ପେଡ଼ିର ପ୍ରତ୍ୟେକ ସାମଗ୍ରୀକୁ ପ୍ରଦର୍ଶନ କରାଯାଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଆଗଲପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ୟାମ ମେହେର, ଶିକ୍ଷକ ପ୍ରଶିକ୍ଷିକା ସ୍ଵାଗତିକ ବଳିଆରସିଂ, ଏ.ବି.ଇ.ଓ. ରଜନୀକାନ୍ତ ସାହୁ ଆଭାଷୀ ବୈଠକରେ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ନିମନ୍ତେ ମାର୍ଗ ଦର୍ଶନ କରିଥିଲେ । ଶିକ୍ଷକ ପ୍ରିୟବର୍ଦ୍ଧନ ସାହୁ, ପ୍ରଦୀପ କୁମାର ଦେବତା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ନିମନ୍ତେ ପ୍ରକଳ୍ପ କାର୍ଯ୍ୟ, ଲିଖିତ କାର୍ଯ୍ୟ କିପରି ସମ୍ପାଦନ କରାଯିବ ସେ ଉପରେ ବିଷାଦ ଭାବେ ପରାଶିକ୍ଷଣ ପ୍ରଦାନ କରିଥିଲେ । ଶିକ୍ଷକ ସନୋଜ କୁମାର ନାଗ ଯାଦୁପେଡ଼ିର ପ୍ରତ୍ୟେକ ସାମଗ୍ରୀର ଉପଯୋଗ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ମନୋଜ କୁମାର ବହିଦାର, ଭରତ ପଧାନ, ଈଶ୍ୱର ବେହେରା, କିରେଶ୍ଵର ଦୀପ, ଶିକ୍ଷକ ଚିତ୍ତରଞ୍ଜନ ବେହେରା, ଅରୁଣ ଦାଶ, କିଶୋର ଚନ୍ଦ୍ର ବର୍ଗେ, ବଲେଷ୍ଟର ମେହେର, ଲକ୍ଷ୍ମୀକାନ୍ତ ସାହୁ, ସୁଦୀପ୍ତ ପ୍ରଧାନ, ସନତ କୁମାର ସାହା, ଶିକ୍ଷୟିତ୍ରୀ ଦଶମୀ ସାହୁ, ରୁକୁଣୀ ସାହୁ, ସୀମାଦିନୀ ବିଶ୍ୱାଳ, ରଶ୍ମିତା ସାହୁ ପ୍ରମୁଖ ଯୋଗଦେଇଥିଲେ । ପରିଶେଷରେ ଅନିଲ ମହାନନ୍ଦ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରାଯାଇଥିଲା ।
Next Post