ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ୍ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୭ ସ୍ଥିତ ଖଲିଆପାଲି ଡ. ବିଆର୍ ଆମ୍ବେଦକର ମିନି ଷ୍ଟାଡିୟମ୍ ଠାରେ ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ଦିନରେ ବରଗଡ଼ ଏଫସି ବନାମ ପାଟଣାଗଡ଼, ନକଟାସର ଜିୱାଇଡିସି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ନକଟାସର ଦଳ ୨-୦ ଗୋଲରେ ବରଗଡ଼ ଏଫସିକୁ ପରାସ୍ତ କରିଛି । ଆୟୋଜକ ଜଗନ୍ନାଥ ସ୍ପୋର୍ଟିଂ କ୍ଲବର ସଭାପତି ଶୁକଦେବ ସାହୁ ଓ ସମ୍ପାଦକ ହେମାସାଗର ମହାନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ବରେଣ୍ୟ ଅତିଥି ଭାବରେ ଫୁଟବଲ୍ ଏସୋସିଏସନ୍ ଅଫ ଓଡ଼ିଶା (ଫାଓ)ର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ କୃଷକ ନେତା ଆକାଶ ମିଶ୍ର, ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ସଭାପତି ଲୋଟସ ଷଡ଼ଙ୍ଗୀ, ଜିଲ୍ଲା ଏଥଲେଟିକ ସଂଘର କୋଷାଧ୍ୟକ୍ଷ ହେମନ୍ତ ବେହେରା, ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ କ୍ରୀଡା ପ୍ରମୁଖ ଶଶି ଭୂଷଣ ମହାକୁର, ଫ୍ରେଣ୍ଡସ କ୍ଲବ୍ ବଲାଙ୍ଗିରର ସେକ୍ରେଟାରୀ ଜଗନ୍ନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ନକଟାସର ଦଳ ବରଗଡ଼ ଦଳକୁ ୨ଟି ଗୋଲ ଦେଇ ଆଗରେ ରହିଥିଲେ । ବରଗଡ଼ ଦଳ ବହୁ ଚେଷ୍ଟା କରିଥିଲେ ହେଁ ନକଟାସର ଦଳର ପ୍ରତିରକ୍ଷା ଶୈଳୀ ଭେଦିବାରେ ଅସମର୍ଥ ହୋଇଥିଲେ । ଫଳରେ ନକଟାସର ଦଳ ୨-୦ ଗୋଲରେ ବିଜୟୀ ହୋଇଥିଲା । ଏହି ମ୍ୟାଚ୍‌କୁ ରେଫରୀ ଭାବରେ ସଞ୍ଜୀବ ମହାରଣା ପଡ଼ିଆରେ ଖେଳ ପରିଚାଳନା କରିଥିଲେ । ସହଯୋଗୀ ରେଫରୀ ଭାବରେ ଆଶିଷ ବାଗ, ଶୁଭ୍ରାଂଶୁ ସେଠ, ଉମେଶ ଭୋଇ ରହିଥିବା ବେଳେ ମ୍ୟାଚ୍ କମିଶନର ଭାବରେ ବୁଦ୍ଧିରାଜ ବିଶ୍ଵାଳ ଦାୟିତ୍ଵ ତୁଲାଇଥିଲେ । ଏହି ମ୍ୟାଚ୍‌ରେ ଚିତ୍ତରଞ୍ଜନ ବିଶ୍ୱାଳ, ସୂର୍ଯ୍ୟମଣି ସୁନା, ରାମଚନ୍ଦ୍ର ବିଶ୍ୱାଳ, ପରମାନନ୍ଦ ବିଶ୍ୱାଳ, ରାକେଶ ବିଶ୍ୱାଳ, ମଙ୍ଗୁଲୁ ତାଣ୍ଡି, ପ୍ରଦୀପ ପଧାନ, ସଂଜୀବ ବିଶ୍ୱାଳ, ପଦ୍ମନାଭ ଭୁକ୍ତା, ନାରାୟଣ ବିଶ୍ୱାଳ, ଦନାର୍ଦ୍ଦନ ପାଣ୍ଡେ ସହଯୋଗ କରିଥିଲେ । ମା’ ମଙ୍ଗଳା ଏଫସି ସୋନପୁର ବନାମ ରାଇଜିଂ ଷ୍ଟାର ଟିଟିଲାଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.