ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ବାର ବୈଠକ ଗୃହ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ମଳୟ ରଂଜନ ଦାସଙ୍କ ଅନୁମତି କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଦ୍ୟ ତା ୧୯.୦୧.୨୦୨୬ ରିଖ ଜିଲ୍ଲା ବାର ବୈଠକ ଗୃହ, ବଲାଙ୍ଗିରରେ “SUBAS(AI), ITC, Hon’ble Court V.C. Rule, Mediation Rule, ADR Rule) ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ଦାସ ମଧ୍ୟସ୍ଥତା ମାଧ୍ୟମରେ ମାମଲାଗୁଡିକର ସମାଧାନ କରିବା ପାଇଁ ସଚେତନତା କରିଥିଲେ । ସିଭିଲ୍ ଜଜ୍‌ (ବରିଷ୍ଠ) ଆଶିଷ କୁମାର ସାହୁ ମଧ୍ୟସ୍ଥତା ନିୟମାବଳି ଓ ଏହାର ସୁବିଧା ଉପରେ ଆଲୋକପାତ କରିଥିଲେ । ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏସ.କାରଜି SUVAS ମାଧ୍ୟମରେ ମାନ୍ୟବର କୋର୍ଟଙ୍କର ନିଷ୍ପତିଗୁଡିକର ଆଂଚଳିକ ଭାଷାରେ ଅନୁବାଦ କରି ତାହାର ଉପଯୋଗ କରିବା ପାଇଁ ଉତ୍ସାହନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ମାନ୍ୟବର କୋର୍ଟଙ୍କର V.C. Rule, ADR Rule ଏବଂ ଏହାର ଉପଯୋଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ମଧ୍ୟସ୍ଥତା ମାଧ୍ୟମରେ ମାମଲାଗୁଡିକର ସମାଧାନ କରିବା ପାଇଁ ପ୍ରୋତ୍ସାହନ କରିଥିଲେ । ଉକ୍ତ ଶିବିରରେ ବିକ୍ରମ କେଶରୀ ପଟ୍ଟନାୟକ ଜଜ୍ ଫ୍ୟାମିଲି କୋର୍ଟ, ସୁବ୍ରତ ପଟ୍ଟନାୟକ Spl.Judge (SC, ST), ଶ୍ରଦିପ ମିଶ୍ର, ରେଜିଷ୍ଟର ସିଭିଲ କୋର୍ଟ, ଶ୍ରୀମତୀ ବୈଶାଳି ନାୟକ, ସିଭିଲ୍ ଜଜ୍ (ବରିଷ୍ଠ) କମରସିୟାଲ କୋଟ, ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ, ସିଭିଲ୍ ଜଜ୍ (ବରିଷ୍ଠ), ଦିପାରାଣୀ ଜେନା, ଏସ.ଡି.ଜି.ଏମ., ସାସ୍ଵତୀ ମହାପାତ୍ର, ସିଭିଲ୍ ଜଜ୍ (କନିଷ୍ଠ), ମିସ ଦିପାଳି ଦାସ ଯେ.ମ.ଫ.ସି, ବଲାଙ୍ଗିର, ଶିଶିର କୁମାର ଭୋଇ ଗ୍ରାମ ନ୍ୟାୟଧିକାରୀ ଶିଶିର, ଅର୍ଦ୍ଧରୂପା ମିଶ୍ର, ଯେ.ମ.ଫ.ସି ବଲାଙ୍ଗିର ଯୋଗଦେଇଥିଲେ । ତତ୍‌ସହିତ ଜିଲ୍ଲା ବାର ଆସୋସିଏସନର ଅନେକ ସଭ୍ୟ ଯୋଗଦାନ ଦେଇଥିଲେ । ସର୍ବଶେଷରେ ରାଷ୍ଟ୍ରୀୟ ମଧ୍ୟସ୍ଥତା ଅଭିଯାନ-ଦ୍ୱିତୀୟ ପର୍ଯ୍ୟାୟର ସଫଳ ଅଭିଯାନ ପାଇଁ ସମସ୍ତଙ୍କର ସହୋଯୋଗ କାମନା କରାଯାଇଥିଲା ଏବଂ ବାର ସେକ୍ରେଟାରୀ ସଂଜୟ କୁମାର ବଗର୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.