ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଆଞ୍ଚଳିକ ସୁଦ ସମାଜ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ସୁଦ ସମାଜର ଏକ ଜରୁରୀ ବୈଠକ ସ୍ଥାନୀୟ ମା’ ଖମ୍ବେଶ୍ୱରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିଚାଳନା ପରିଷଦ, କ୍ରିୟାନୁଷ୍ଠାନ କମିଟି ଓ ସଂସ୍କାର କମିଟି ସଭ୍ୟମାନଙ୍କୁ ନେଇ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାକୁ ନେଇ ଏକ ସମାଜ ଗଠନ ହୋଇଥିଲା । ଏହି ବୈଠକରେ କେନ୍ଦ୍ରୀୟ କମିଟି ତତ୍ୱାବଧାନରେ ବିଭିନ୍ନ ଆଲୋଚନା ଓ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅବହେଳିତ ହୋଇଥିବା ସମାଜକୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ସଙ୍ଗେ ସଙ୍ଗେ ତାଙ୍କର ଉନ୍ନତି ଲାଗି ବିଭିନ୍ନ ଆଲୋଚନା ହୋଇଥିଲା । ଏହି ସଭାରେ ସମସ୍ତ ଜିଲ୍ଲାର ୧୮ ଟି ସଙ୍ଗଠନର ସୁଦ ସମାଜର ୫୦୦ ରୁ ଅଧିକ ସଦସ୍ୟ ମା’ ମାଉସୀ ଭାଇ ଭଉଣୀ ଯୋଗଦେଇଥିଲେ । ଉକ୍ତ ସଭାରେ କେନ୍ଦ୍ରୀୟ କମିଟି ସଭାପତି କିଶୋର ଚନ୍ଦ୍ର ନାୟକ ଓ ସୋନପୁରର ଆଞ୍ଚଳିକ ସୁଦ ସମାଜର ସଭାପତି ଲକ୍ଷ୍ମଣ ନାଏକଙ୍କ ପରିଚାଳନା କରିଥିବା ବେଳେ ସଭାକାର୍ଯ୍ୟ ସୂଚାରୁ ରୂପେ ସମାପନ ହୋଇଥିଲା । ଏହି ଅବସରରେ ସମାଜର ବୟୋଜ୍ୟେଷ୍ଠ ସଦସ୍ୟ ଭାବେ ସୁନ୍ଦରଗଡ ଜିଲ୍ଲାର ଶିବ ଭିତିରିଆ ଓ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସିଦ୍ଧେଶ୍ୱର ପାତ୍ରଙ୍କୁ ସମର୍ଦ୍ଧିତ କରାଯାଇଥିଲା । ସୋନପୁର ସଙ୍ଗଠନର ବରିଷ୍ଠ ସଦସ୍ୟ କଇରୁ ମଲ୍ଲିକ ସଭା ସଂଯୋଜନା କରିଥିବା ବେଳେ ବରିଷ୍ଠ ସଦସ୍ୟା ତଥା ସୋନପୁର ପୌର ପରିଷଦର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମନ୍ତିନୀ ନାଏକ, ଉଲୁଣ୍ଡା ଏବିଡିଓ ସୁଧାଂଶୁ ମଲ୍ଲିକ, ବରିଷ୍ଠ ସଦସ୍ୟ ପ୍ରଦୀପ ବେହେରା, ଶୁଶାନ୍ତ ମଲ୍ଲିକ, ରାଧେଶ୍ୟାମ ବେହେରା, କୃଷ୍ଣଚନ୍ଦ୍ର ବେହେରା, ଗୋପାଳ ଚନ୍ଦ୍ର ବେହେରା, ଜଗନ୍ନାଥ ବେହେରା, ଜୟନ୍ତ ବେହେରା, ଜୟ ପ୍ରକାଶ ବେହେରା, ସୁଭାଷ ପର୍ଦ୍ଧିଆ, ସୁଶିଳ ପର୍ଦ୍ଧିଆ, ଉପ ସଭାନେତ୍ରୀ ନିରୁପମା ପର୍ଦ୍ଧିଆ, ମମତା ଦେହୁରୀ, କଳ୍ପନା ବେହେରା, ରିନା ନାଏକ, କରିଶ୍ମା ନାଏକ, ରାଧା ମାଧବ ନାଏକ, ବିଘ୍ନେଶ୍ଵର ନାଏକ ପ୍ରମୁଖ ସଂଘର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।