ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ନାଇକେନପାଲି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ନାଇକେନପାଲି ପ୍ରାଥମିକ ବିଦ୍ୟାଳୟ ଠାରେ ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଆରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦଘାଟନ କରିଥିଲେ । କର୍ମଶାଳାକୁ ଆସିଥିବା ଏଫ.ଏଲ.ଏନ. ଶିକ୍ଷକ ତଥା ଅନ୍ୟ ଉପସ୍ଥିତ ସଦସ୍ୟମାନଙ୍କୁ କର୍ମଶାଳାର ସଭାପତି ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜେଠୁ ସାହୁ ସ୍ୱାଗତ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ୍ତ କିଶୋର ଦାଶ କର୍ମଶାଳାର ଉଦ୍ଦେଶ୍ୟକୁ ଉପସ୍ଥାପନ କରିଥିଲେ । ଏ.ବି. ଇ.ଓ ମିର୍ଦ୍ଧା କର୍ମଶାଳାରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଶ୍ରେଣୀ ଗୃହରେ ଶିକ୍ଷଣ ସାମଗ୍ରୀର ବ୍ୟବହାର ଓ ପଠନ କ୍ରିୟା ସହିତ ଶିକ୍ଷଣ ଫଳାଫଳକୁ ସମନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କର୍ମଶାଳାରେ ଶିକ୍ଷକ କୁଶ ଭୋଇ, ସୁଜିତ ବଗର୍ତ୍ତୀ, ସରୋଜ ଦାଶ, ସନ୍ତୋଷ ସୁନା, କନିଷ୍ଠ ଭୋଇ, ସାରଥୀ ଭୋଇନା ଏବଂ ଶିକ୍ଷୟିତ୍ରୀ ରେବତୀ ମେହେର, ରୀନା ବାଗ, ଝୁନା ମେହେର, ବିନ୍ଦୁମତୀ ମେହେର, ଅରୁଣା ମେହେର, ସଂଗୀତା ବେହେରା କର୍ମଶାଳାରେ ସକ୍ରିୟ ଅଂଶ ଗ୍ରହଣ ପୂର୍ବକ ସୁନ୍ଦର ଅତ୍ୟାବଶ୍ୟକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିକରଣରେ ଭାଗ ନେଇଥିଲେ । ସମ୍ମାନିତ ଅତିଥି ଭାବରେ ନିକଟସ୍ଥ ଉ. ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ବଳରାମ ପ୍ରଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.