ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ୍ ସ୍ତରୀୟ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଆଇଓଏସ୍) ମେଟ୍ରିକ୍ ଶ୍ରେଣୀ ପାଇଁ ଓ ଜାତୀୟ ମୁକ୍ତ ବିଦ୍ୟାଳୟ (ଏନ୍ଆଇଓଏସ୍) ଦ୍ୱାଦଶ ଶ୍ରେଣୀ ପାଇଁ ମେଗା ଏଡମିସନ୍ ଓ ଓରିଏନ୍ଟେସନ୍ କ୍ୟାମ୍ପ ତୁଷୁରା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଜଗଦୀଶ କୁମାର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଯୋଗଦେଇ ଶିଶୁମାନେ ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ଆଗକୁ ବଢନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଇଓ ନମିତା ରାଣୀ ଭୋଇ ଯୋଗଦେଇ କହିଥିଲେ ଶିଶୁମାନେ ଆଗକୁ ବଢିଲେ ଦେଶ ଆଗକୁ ବଢିବ । ମୁଖ୍ୟବକ୍ତା ଭାବେ ସିଡିପିଓ ବାସନ୍ତୀ ଜାନି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଯୋଗ ଦେଇଥିଲେ । ଏବିଏଫ୍ ଅଶ୍ୱିନୀ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଞ୍ଚାଳନ କରିଥିଲେ ଓ ଏବିଇଓ ବିପିନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ବାଳକୃଷ୍ଣ ମହାପାତ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଓ ରମେଶ ଚନ୍ଦ୍ର ପଣ୍ଡା ସମେତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ସିଆରସିସି, ଅଭିଭାବକ ଅଭିଭାବିକା, ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।