କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବାର୍ଷିକ କ୍ରୀଡା ମହୋତ୍ସବ ୨୫-୨୬ ଅତି ସୁନ୍ଦର ଭାବରେ ଆୟୋଜିତ ହୋଇଯାଇଛି । ଏହି ଭବ୍ୟ ସମାରୋହରେ ସ୍ଥାନୀୟ ଚଲକି ଗ୍ରାମ ପଂଚାୟତର ସରପଞ୍ଚ ମମତା ପ୍ରଧାନୀ ମୁଖ୍ୟ ଅତିଥି ଭାବରେ ତଥା ଛବି ବାଗ, ପୂର୍ବ ସରପଞ୍ଚ ସତ୍ୟନାରାୟଣ ବୁଡ଼େକ, ବାବୁଲୁ ଭୋଇ ସମ୍ମାନିତ ଅତିଥି ଭାବରେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୮୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସଭାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉମେଶ ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ସୁଧାଂଶୁ ମିଶ୍ର, ଦେବାଶିଷ ବାଗ, ରିଚପାଲ କୁଅଁର, ଗୋବିନ୍ଦ ବଗର୍ତ୍ତୀ, ଦିବ୍ୟକାନ୍ତି ଭୁଏ, ବିକାଶ ସାହୁ, ସୁଜିତ ମନହିରା, ବିନୋଦିନୀ ନାୟକ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ସହଯୋଗ କରିଥିଲେ । ସଭାର ଅନ୍ତିମ ଚରଣରେ ହେମନ୍ତ କୁମାର ଛତ୍ରିଆ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.