ls

ଅନ୍ନପୂର୍ଣ୍ଣା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

sb

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମାନସପୁତ୍ର ଅନ୍ନପୂର୍ଣ୍ଣା ଆଜି ୭ ଜାନୁଆରୀ, ୨୦୨୧ ରେ ଲୋକାର୍ପଣ ହୋଇଅଛି । ପାଞ୍ଚଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ଆନ୍ତର୍ଜତୀୟ ରୋଟାରୀ ଜିଲ୍ଲା ୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ୍, ୟୁଥ ଫର ଆକ୍ସନ ଓ ଆର୍ଟ ଅଫ୍ ଲିଭିଙ୍ଗ୍ ଫାଉଣ୍ଡେସନ୍ ର ସହଯୋଗରେ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଗଠିତ ।

ସାଂସଦ, ଭୂବନେଶ୍ୱରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ଷୁଧାମୁକ୍ତ ଓଡିଶା ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଆଭିମୁଖ୍ୟ । ଜୀବନ ଜିବୀକା ପାଇଁ ସଂଘର୍ଷରତ ଭୋକ ଉପାସରେ ରହୁଥିବା ଓଡିଶାବାସୀଙ୍କୁ ଖାଦ୍ୟପାଇଁ ଆତ୍ମନିର୍ଭରଶୀଳ କରାଇବା ଅନ୍ନପୂର୍ଣ୍ଣାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ପ୍ରଥମ ପର୍ଯ୍ୟାୟରେ ଅନ୍ନପୂର୍ଣ୍ଣା ଭୂବନେଶ୍ୱର ସହର ପାଇଁ ଉଦ୍ଦିଷ୍ଟ । ପରବର୍ତ୍ତୀ ସମୟରେ ଏହା ସମସ୍ତ ଓଡିଶା ପାଇଁ କାର୍ଯ୍ୟ କରିବ । ଅନ୍ନପୂର୍ଣ୍ଣା ଏକମାସ ହେବ ପରୀକ୍ଷା ମୂଳକ ଭାବେ ଭୂବନେଶ୍ୱର ସହରରେ କାର୍ଯ୍ୟ କରିବା ଆରମ୍ଭ କରିଅଛି । ସୁଷମ ରନ୍ଧାଖାଦ୍ୟ କ୍ଷଧାର୍ତ୍ତ ବ୍ୟକ୍ତିଙ୍କୁ ବିତ୍ତରଣ କରାଯାଉଅଛି । ନଭେମ୍ବର, ୨୦୨୦ରେ ପ୍ରାଥମିକ ସ୍ତରରେ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ତରଫରୁ ଏକ ସର୍ବେକ୍ଷଣ କରାଯାଇଥିଲା କେଉଁ ଗରିବ ଲୋକମାନେ ଖାଦ୍ୟ ଅଭାବରୁ ଭୋକିଲା ରହୁଛନ୍ତି ଚିହ୍ନଟ କରିବା ନିମନ୍ତେ । ଏହି ସର୍ବେକ୍ଷଣ ମୁଖ୍ୟତଃ ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାଶ୍ୱବର୍ତ୍ତୀ ଓ ବଜାର ଅଞ୍ଚଳରେ କରାଯାଇଥିଲା । ଖାଦ୍ୟ ସଂଗ୍ରହ, ପ୍ରସ୍ତୁତି ଓ ବିତ୍ତରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ବର୍ଷକ ପାଇଁ ଆବଶ୍ୟକ ହେଉଥିବା ପ୍ରାୟ ୪୦ ଲକ୍ଷ ଟଙ୍କା ଓଡିଶା ଓ ଓଡିଶା ବାହାରେ ଏପରିକି ବିଦେଶରେ ରହୁଥିବା ବଦାନ୍ୟ ବ୍ୟକ୍ତିମାନେ ଦାନ କରିଛନ୍ତି । ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ଅଛନ୍ତି ।

ଅନ୍ନପୂର୍ଣ୍ଣା ଲୋକାର୍ପଣ ଉତ୍ସବରେ ଆନ୍ତର୍ଜାତୀୟ ରୋଟାରୀ ସଂସ୍ଥା ୩୨୬୨, ଭୁବନେଶ୍ୱରର ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ସୌମ୍ୟ ରଞ୍ଜନ ମିଶ୍ର, ରୋଟାରିଆନ୍ ପ୍ରଶାନ୍ତ କୁମାର ମିଶ୍ର, ରୋଟାରୀଆନ୍ ବିମ୍ବାଧର ବେହେରା, ସୋ ଆମ୍ ଆଇ ଫାଉଣ୍ଡେସନ୍ ତରଫରୁ ଶ୍ରୀ ପିନାକୀ ମହାନ୍ତି ଓ ଡଃ ଚିଦାତ୍ମିକା ଖଟୁଆ, ଉମେଶ ଖଣ୍ଡଲୱାଲ୍ ଫାଉଣ୍ଡେସନ ର ମୁଖ୍ୟ ଶ୍ରୀ ଉମେଶ ଖଣ୍ଡଲୱାଲ୍ , ୟୁଥ୍ ଫର୍ ଆକ୍ସନର ରାଜ୍ୟ ସଂଯୋଜକ ଦେବାଶିଷ ନାୟକ, ଆର୍ଟ ଅଫ୍ ଲିଭିଙ୍ଗ୍ ତରଫରୁ ଶ୍ରୀ ଭୋଳାନାଥ ଜେନା, ଅନ୍ନପୂର୍ଣ୍ଣାର ପରିଚାଳନା ଟ୍ରଷ୍ଟି ଶଶାଙ୍କ ଶେଖର ସାହୁ, ସାଂସଦଙ୍କ ପ୍ରତିନିଧି ଅଶୋକ ପଟ୍ଟନାୟକ, ରାଜ୍ୟସ୍ତରୀୟ ମହିଳା ସଂଗଠନ ‘ଅଜିତା’ ଓ ବୁଦ୍ଧିଜୀବୀ ସଂଗଠନ ‘ସମର୍ଥ’ ର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ ।

pc pk
Leave A Reply

Your email address will not be published.