ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଚାଲିଥିବା ତ୍ରିଦିବସୀୟ ଜାତୀୟ ସମ୍ମିଳନୀ ସମ୍ପନ୍ନ ହୋଇଯାଇଛି । ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ପ୍ରଫେସର ହରିହର ଦାସ ଅଧ୍ୟକ୍ଷତା କରିଥିବାବେଳେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହି ତ୍ରିଦିବସୀୟ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଏହି କର୍ମଶାଳା ମାନବିକତାର ମୂଲ୍ୟବୋଧ, ବସୁଧୈବ କୁଟୁମ୍ବକମ, ନିଜକୁ କିପରି ରାଷ୍ଟ୍ର ହିତରେ ଲଗାଇବା ସେ ସମ୍ପର୍କରେ ଓ ସ୍ୱତନ୍ତ୍ର ଅତିଥି ଡ. ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ଶିକ୍ଷାନୁଷ୍ଠାନ ହେଉଛି ସମାଜର ଜାଗରଣ କେନ୍ଦ୍ରରେ ମାନବୀୟ ମୂଲ୍ୟବୋଧ ଠାରୁ ଉର୍ଦ୍ଧ୍ବରେ ସନାତନ ସଂସ୍କୃତି । ଧର୍ମର ଅର୍ଥ ବିଜ୍ଞାନ ସମ୍ମତ ଓ ସତ୍ୟ । ସମାଜ ପ୍ରତି ସରକାରଙ୍କ ଦାୟିତ୍ଵ ଅପେକ୍ଷା ଆମର ଦାୟିତ୍ୱ ଅଧିକ ବୋଲି ମତ ରଖିବା ସହ ଏହି ଆଲୋଚନା ଚକ୍ର ପାଇଁ ଛାତ୍ରଛାତ୍ରୀଙ୍କ ଚେତନା ସ୍ତର ଉନ୍ନତି ହୋଇଥିବ ବୋଲି କହିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ପ୍ରଫେସର ସାହୁ ସ୍ୱାଗତ ଭାଷଣ, ପ୍ରଫେସର ଡ଼ଃ ଅପର୍ଣ୍ଣା ଧର ଅତିଥି ପରିଚୟ, ଆବାହକ ଅଧ୍ୟାପକ ସୁମନ ପାଣିଗ୍ରାହୀ କାର୍ଯ୍ୟକ୍ରମର ବିବରଣୀ ଓ ସଂଯୋଜକ ଅଧ୍ୟାପକ ଅର୍ଘଦୀପ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ତ୍ରିଦିବସୀୟ କର୍ମଶାଳାର ଦେଶର ବିଭିନ୍ନ ପ୍ରମୁଖ ବିଶ୍ବବିଦ୍ୟାଳୟର ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଫେସର ବିଜୟ କୁମାର ଦନ୍ତା, ପ୍ରଫେସର ନିଳାଦ୍ରୀ ରଞ୍ଜନ ଚାଟାର୍ଜୀ, ଡ. ପ୍ରସନ୍ନଜିତ ପଣ୍ଡା, ପ୍ରଫେସର ଗୌରାଙ୍ଗଚରଣ ନନ୍ଦ, ପ୍ରଫେସର ସବିତା ପ୍ରଧାନ, ଡ. ବିପ୍ଳବ ରଞ୍ଜନ ପ୍ରଧାନ, ଡ. ମନୋରଞ୍ଜନ ପ୍ରଧାନ, ଡ. ଗୋପୀନାଥ ବାଗ, ଡ. ବାଳକୃଷ୍ଣ ବେହେରା, ଅମୂଲ୍ୟ କୁମାର ଆଚାର୍ଯ୍ୟ, ସମ୍ବିତ କୁମାର ପାଢ଼ୀ, ପ୍ରଫେସର କାଳିଦାସ ମିଶ୍ର, ଡ. ଅସୀମ ରଞ୍ଜନ ପାଢ଼ୀ, ଡ. ମୁନିଲାଲ ଜୟସ୍ୱାଲ, ପ୍ରଫେସର ଗୌରୀ ତ୍ରିପାଠୀ,ଡ କମଲ କୁମାର ବୋଷ ପ୍ରମୁଖ ଯୋଗଦେଇଥିବା ବେଳେ ଅସୀମା ତିର୍କି, ସନତ କୁମାର ଦାଶ, ଡ. ପୁଷ୍ପା ଦେବୀ, ସ୍ୱସ୍ତି ଭାରତୀ ପରିଡ଼ା, ତୁଳସୀ ଦାଶ, ଡ. ଖଗେଶ୍ୱର ମେହେର, ତୋଷବନ୍ତ ମେହେର, ଡ. ଅପର୍ଣ୍ଣା ଧର, ସୁଶ୍ରୀ ଫାରା ନାଜ, ହମଜାହ ଗୟାସୁଦ୍ଦିନ, ସୁଶ୍ରୀ କେ. ସୁଧାଶ୍ରୀ, ସୁଶ୍ରୀ ଅଞ୍ଚଳ ଚୌଧୁରୀ, ଡ. ସୋମନାଥ ପ୍ରଧାନ, ଡ. ଦୁର୍ଗାଶିଷ ପଟ୍ଟନାୟକ, ନିତୁ ସେଠ୍, ସୁଶ୍ରୀ ବେବୀ ନାୟକ, ସୌଦାଗର ସିଅ, କୌତୁକ ବାଗ, ପିଙ୍କି କର, ରଶ୍ମିତା ନାଥ, ନମିତା ସ୍ୱାଇଁ, ମନୋଜ କୁମାର ମେହେର, ଯତୀନ ଦ୍ୱାରୀ, ମାଣିକ ପଣ୍ଡା, ପ୍ରଶଂସା ଲାକ୍ରା, ଦୀପକ କୁମାର ସାହୁ, ଆୟୁଷ ଗୁପ୍ତା ପ୍ରମୁଖ ନିଜ ନିଜର ବିଷୟ ଭିତ୍ତିକ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ବିଭିନ୍ନ ଦିନରେ ଚନ୍ଦ୍ରଲେଖା ପଣ୍ଡା, ଓମ୍ ବାହାଦୁର, ସୁଦୀପ୍ତୀ କେର୍କେଟା, ସଞ୍ଜୁକ୍ତା ବେହେରା, କ୍ରୀତି ସିଂ, ନିତୁ ସେଠ୍, କିରଣମୟୀ ପ୍ରଧାନ, ରଶିଦା ଖାତୁନ, ଦୀପ୍ତି ସୋରେଙ୍ଗ, ପି ପି ମହାପାତ୍ର ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲେ ।
Next Post