ବରିଷ୍ଠ ସାମ୍ବାଦିକ ଗୌରଚନ୍ଦ୍ର ପରିଛାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶା ସାମ୍ୱାଦିକ ସଂଘ ସୋନପୁର ଜିଲ୍ଲା ଶାଖା ଓ ପ୍ରମେୟ ପରିବାର ପକ୍ଷରୁ ଜିଲ୍ଲାର ଉଲୁଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ସଂଘର ଉପଦେଷ୍ଟା ସ୍ଵର୍ଗତ ଗୌରଚନ୍ଦ୍ର ପରିଛାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ବ୍ଲକ ସଭାଗୃହଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ, ସମ୍ମାନୀତ ଅତିଥି ଭାବେ ଡ଼. ଆର୍ତ୍ତତ୍ରାଣ ବାବୁ, ବରିଷ୍ଠ ସାମ୍ବାଦିକ ପର୍ଶୁରାମ ମିଶ୍ର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଆଇନଜୀବୀ ପ୍ରଦୀପ ପୁରୋହିତ, ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସ୍ଵର୍ଗତ ପରିଛାଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ସ୍ୱର୍ଗୀୟ ଅମର ଆତ୍ମାର ଶାନ୍ତି ସଦଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଂଘର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶା ସାମ୍ୱାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର ଅତିଥି ପରିଚୟ ପ୍ରଦାନ କରି ସଭା ସଂଯୋଜନା କରିଥିଲେ । ଶ୍ରୀ ପରିଛା ଏକା ଧାରରେ ଜଣେ ସାମ୍ବାଦିକ,ସାହିତ୍ୟକ, ଗାଳ୍ପିକ, ସମାଜସେବୀ, ଆୟୁର୍ବେଦ ଚିକିତ୍ସକ, ପ୍ରବଚକ ଓ ପରିବେଶ ପ୍ରେମୀ ଭାବେ ଖୁବ୍ ଜଣାଶୁଣା ଥିଲେ ବୋଲି ଅତିଥିମାନେ ମତ ରଖିଥିଲେ । ଶ୍ରୀ ପରିଚ୍ଛା ସମାଜ ପାଇଁ ଏ ଅଞ୍ଚଳ ପାଇଁ ହିତ ଓ ସମାଜ ପାଇଁ ସମର୍ପିତ ଥିଲେ ବୋଲି ମତ ରଖି ସେ ବ୍ରହ୍ମ ଉପାସନାର ବ୍ରତୀ ଥିଲେ ଓ ସ୍ପଷ୍ଟ ବାଦୀ ଥିଲେ ବୋଲି ମତ ଦେଇଥିଲେ । ଅଞ୍ଚଳର କଳା, ସଂସ୍କୃତି, ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ବିକାଶର ଚିତ୍ର ଆଙ୍କିବାରେ ଏକ ଧୁରନ୍ଧର କାରିଗର ଥିଲେ ବୋଲି ସମସ୍ତ ଅତିଥି ଓ ସାମ୍ୱାଦିକ ରତନ ପଟ୍ଟନାୟକ, ବେଣୁଧର ପଧାନ ମତ ରଖିଥିଲେ । ସଂଘର ରାଜ୍ୟ ସାଂଗଠନିକ ସମ୍ପାଦକ ରାଜ କିଶୋର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘ ସଂପାଦକ ମହାଦେବ ମଲ୍ଲିକ, ସହ ସମ୍ପାଦକ ସୁବାଷ ଚରଣ ପଣ୍ଡା ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ଶାନ୍ତି ପାଠ ମନ୍ତ୍ର ପରେ ସଭା ସାଙ୍ଗ ହୋଇଥିଲା । ସ୍ୱଚ୍ଛ ଭାରତର ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ, ସୋନପୁର କଲେଜ ଏନସିସି ଲ୍ୟାଫ୍ଟନେଣ୍ଟ ଆଶିଷ କୁମାର ଅଗ୍ରୱାଲ, ରକ୍ତଦାତା ମନୋଜ ପଣ୍ଡା, ସମାଜସେବୀ ଜଗନ୍ନାଥ ଦାଶ, ଶେଷଦେବ ମେହେର, ସାମ୍ୱାଦିକ ନବ ମିଶ୍ର, ସଂଘ ଉପସଭାପତି ବିବେକା ନନ୍ଦ ମିଶ୍ର, ମୃତ୍ୟୁଞ୍ଜୟ ଶତପଥୀ, ସନ୍ତୋଷ ମିଶ୍ର, ରଞ୍ଜନ ବାରିକ, ଯୁଧିଷ୍ଟିର ସାହୁ, ଧନଞ୍ଜୟ ଆଡଯୁଆଡିଙ୍କ ସମେତ ପ୍ରଜାପିତା ବ୍ରହ୍ମକୁମାରୀ, ଗୋପାଲଜୀ ଯୋଗାଳୟ, ବରିଷ୍ଠ ନାଗରିକ ସଂଘ, ସୋନପୁର ବ୍ଲକ କର୍ମଚାରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.