oom

ମାଳିଶିରା, ତେନ୍ତୁଳିଖୁଣ୍ଟି, ସିରୋଲ ଓ ବାଙ୍କେଲ ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଅଧିନସ୍ଥ ମାଲିସିରା ପଞ୍ଚାୟତ, ତେନ୍ତୁଳିଖୁଣ୍ଟି ପଞ୍ଚାୟତ, ସିରୋଲ ପଞ୍ଚାୟତ ଓ ବାଙ୍କେଲ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ ଘରେ ଘରେ ଶଙ୍ଖ ଓ ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର ଯୋଜନା ଗୁଡିକର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ହଂସରାଜ ଜୈନ । ଏହି କାର୍ଯ୍ୟକ୍ରମରେ ଶହ ଶହ କର୍ମୀ ଚାରୋଟି ପଞ୍ଚାୟତ ପରିକ୍ରମା କରିଥିଲେ ଏବଂ ପ୍ରତି ଘରେ ଘରେ ଶଙ୍ଖ ଚିହ୍ନ ଲଗାଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା ଦିଲ୍ଲୀପ କୁମାର ପୃଷ୍ଟି, ବିଟୁ ସାଙ୍ଘା, ଶ୍ରୀଧର ମାଝୀ, କଶ୍ୟପ ସରାଫ, କିଶୋର ବେହେରା, ଦୁଳମଣି ବାଗ, ଅଗସ୍ତି ବାଗ, ତପନ ଦୀପ, ଶରତ ପୁଟେଲ, ପିଣ୍ଟୁ ଦୀପ, ଘାଟୁ ପାଣିଗ୍ରାହୀ, ପୁର୍ଣ୍ଣ ସାହୁ, ଚନ୍ଦ୍ର ବାଗ, ତୁଷାର ବାଗ, ଳମ୍ବୁଧର ବଗର୍ତ୍ତୀ, ମୋହନ ହାତୀ, ଧୁବା ମହାକୁଡ଼, ଉମା ହାତୀ, ବୈଷ୍ଣବ ହାତୀ, ବିନୋଦ ଦୀପ, ବରୁଣ ଲୁହା, ମାୟା ପୋଡ଼ଙ୍କ ସହିତ ଶହ ଶହ ମହିଳା ଓ ପୁରୁଷ ପ୍ରତି ଗ୍ରାମ ଓ ପ୍ରତି ଘର ଦ୍ୱାର ବୁଲି ବୁଲି ପଦଯାତ୍ରା କରିଥିଲେ ।

jittmm
Leave A Reply

Your email address will not be published.