ବଲାଙ୍ଗିର, (କେପିଏନ୍ଏସ୍) : ଓଏସ୍ଆର୍ୟୁ ବଲାଙ୍ଗିର ଜିଲ୍ଲାର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ପତିତ ପାବନ ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ସମ୍ମିଳନୀରେ ସଂଗଠନର ବାର୍ଷିକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ଏବଂ ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥାପନା କରାଯାଇ ଗୃହୀତ କରାଯାଇଥିଲା । ଏହି ସମ୍ମିଳନୀକୁ ଜିଲ୍ଲା ସଭାପତି ସାଥି ସୁରୁଲାଲ ମଟାରି, ଜିଲ୍ଲା ଉପସଭାପତି ସାଥି ଭାରତ ଶତପଥି, ରାଜ୍ୟ ଉପସଭାପତି ସାଥି ଅନିରୁଦ୍ଧ ମହାପାତ୍ର ପରିଚାଳନା କରିଥିଲେ । ଜିଲ୍ଲା ସମ୍ପାଦକ ସାଥି ଲୋପନ ପ୍ରସାଦ ମିଶ୍ର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଜିଲ୍ଲା କୋଷଧ୍ୟାକ୍ଷ ସାଥି ସତ୍ୟନାରାୟଣ ରଥ ଆୟବ୍ୟୟର ହିସାବ ରଖିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସାଥି ବାପୁନି ସାହୁ ଏବଂ ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ସାଥି ଭାସ୍କର ମିଶ୍ର କାର୍ଯ୍ୟକର୍ମରେ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ । ଏହି ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଶ୍ରମିକ ମାରଣ ନୀତି ଉପରେ ଆଲୋଚନା କରାଯାଇଥିଲା । ମେଡିକାଲ ରେପ୍ରେଜେଣ୍ଟଟିଭମାନେ କାର୍ଯ୍ୟକ୍ଷେତ୍ରରେ ଭୋଗୁଥିବା ଦୈନନ୍ଦିନ ଅସୁବିଧା ଉପରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ଆଗାମୀ ବର୍ଷ ପାଇଁ ନୂତନ ଜିଲ୍ଲା କମିଟି ଗଠନ କରାଯାଇଛି ।
Next Post