ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଚଲକୀ ପଞ୍ଚାୟତ ଅନ୍ତର୍ଗତ କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଆମ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ୨୦୨୪ ପାଳନ କରାଯାଇଥିଲା । ଏହି ଉତ୍ସବକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସଭାର ସଭାପତି ଶ୍ରୀମନ୍ତ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପୂଳସ୍ତି ବେହେରା, ସମ୍ମାନିତ ଅତିଥି ରୂପେ ସିଆର୍ସିସି ବିଭୁଦତ୍ତ ବିକ୍ରମ କେଶରୀ ସାହୁ ଓ ଛବି ବାଗ ଯୋଗଦାନ କରିଥିଲେ । ଭାଷା ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ପରିଚାଳନା କରିଥିଲେ ଶିକ୍ଷକ ମିଳନ ମହାପାତ୍ର । ସୁଧାଂଶୁ ଶେଖର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉମେଶ ମାଝୀ, ରିଚପଲ୍ କୁଅଁର, ଗୋବିନ୍ଦ ବଗର୍ତ୍ତି, ପ୍ରସନ୍ନ ସେଠ୍, ହେମନ୍ତ ଛତ୍ରିଆ, ଦିବ୍ୟକାନ୍ତି ଭୋଇ, ବିକାଶ ସାହୁ ଓ ସୁଜିତ୍ ମନହିରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ ।