jayashree

କପିଲାଭଟା ଗାଁରେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ଗୌନ୍ତିଆପଡାରେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞରେ କର୍ତ୍ତା ଭାବେ ଶୋଭା ହଂସ ଓ ତାଙ୍କ ସହଧର୍ମିଣୀ ଉଷା ହଂସ ଦାୟିତ୍ୱ ତୁଳାଇ ଥିବାବେଳେ ପୂଜକ ଭାବେ ସୀତାରାମ ମିଶ୍ର, ମନୋଜ ମିଶ୍ର ଓ ସାଥି ପୂଜକ ମାନେ ଦାୟିତ୍ୱ ନିର୍ବାହ କରିଥିଲେ । ନାମଯଜ୍ଞ ହେଉଥିବାରୁ ଗାଁରେ ଗୋଟିଏ ପ୍ରକାର ଆଧ୍ୟାତ୍ମିକ ପରିବେଶ ସ୍ୱଷ୍ଟି ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ସହଦେବ ବନ୍ଧରୁ ବିରାଟ ଶୋଭାଯାତ୍ରାରେ ବାହାରି ୧୫୧ କଳସ ଆଣି ନାମଯଜ୍ଞ ସ୍ଥାନରେ ସ୍ଥାପିତ କରାଯାଇଛି । ବୁଧବାର ନାମ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି । ସନ୍ଧ୍ୟାରେ ଧର୍ମସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ନାମଯଜ୍ଞରେ କପିଲାଭଟା ଗୌନ୍ତିଆପଡା, ଚନୁଟମାଲ, କପିଲାଭଟା ବରଗଛପଡା, କୁଶମାଲ, ଠେମରା, ଦନ୍ଦରାବାହାଲ, ଉଳଭା, ଯୋଗୀମଠ (ବରଗଡ଼), ଫଟାମୁଣ୍ଡା ପ୍ରମୁଖ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରି ପ୍ରଭୁ ନାମ ଗାନ କରିଥିଲେ । ଏହି ନାମଯଜ୍ଞରେ ଅଞ୍ଚଳର ବିଭିନ୍ନ ଜନପ୍ରତିନିଧି ଓ ରାଜନୈତିକ ବ୍ୟକ୍ତିମାନେ ଆସି ପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଦର୍ଶକମାନଙ୍କ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଗ୍ରାମବାସୀ ସହ କପିଲାଭଟା, ତାଳଭଟା, ମା’ ସାହାଜି ଯୁବକ ସଂଘର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.