
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାଟି ମା’କୁ ପୂଜା କରୁଛି ଚାଷୀ । ଚାଷୀଙ୍କ ଶୁଭଦିନ ଅକ୍ଷୟ ତୃତୀୟା । ଶୁଭଦିନର ଶୁଭ ସମୟରେ ଆରମ୍ଭ କରେ ଧାନବୁଣା । ସୂଚନା ପ୍ରକାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡେଲାଙ୍ଗ ବ୍ଲକସ୍ତରୀୟ କୃଷକ ଦିବସ ଅକ୍ଷୟ ତୃତୀୟା ରବିବାର ଦିନ ଡେଲାଙ୍ଗ କୋଠାବାଡ ପଞ୍ଚାୟତରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ଭୂମିପୂଜା ଓ ଅଖିମୁଠି ଅନୁକୂଳ ଆରମ୍ଭ ହୋଇଯାଇଛି । ଏହି କୃଷି ମହୋତ୍ସବରେ ଆତ୍ମାର ଅଧ୍ୟକ୍ଷା ମୀନତି ସେନାପତି, କୃଷି ଅଧିକାରୀ ଏମ ଏମ ପଶାୟତ, ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ, ବୈଷୟିକ ପରିଚାଳକ ଜ୍ଞାନ ରଞ୍ଜନ ହରିଚନ୍ଦନ, ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ତଥା ସମିତି ସଭ୍ୟ ଅଜୟ କୁମାର ରାଉତରାୟ, ସମିତି ସଭ୍ୟ ଲଲାଟ ସାମନ୍ତରାୟ, ଚାଷୀ ତଥା ସମାଜସେବୀ ନିର୍ମଳ କୁମାର ପରିଡା, ସମନ୍ୱିତ ପୁରୀ ନିମାପଡା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଡେଲାଙ୍ଗ ଶାଖା, ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ, ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା, ବସନ୍ତ ବେହେରା, ସମସ୍ତ କୃଷି କର୍ମଚାରୀ ଓ ଆତ୍ମାର ସଦସ୍ୟ /ସଦସ୍ୟାଙ୍କ ଉପସ୍ଥିତରେ ଭୂମି ପୂଜନ, ଅଖିମୁଠି ଅନୁକୂଳ, କୃଷକ ଦିବସ ପାଳନ ଓ ସଭା ହୋଇଥିଲା ।