ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବଶିଷ ମିଶ୍ର) : ଆଦାନୀ ଗ୍ରୁପର ମାର୍କେଟର ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ବିରୁଦ୍ଧରେ ଆଜି ଜିଲ୍ଲା କଂଗ୍ରେସ କମିଟି ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ଜିଲ୍ଲା କଂଗ୍ରେସର ସମସ୍ତ ଛାମୁଆ ସଂଗଠନର ନେତୃମଣ୍ଡଳୀ ଯୋଗ ଦେଇଥିଲେ । ଦେଶରେ ପୁଞ୍ଜିପତିମାନଙ୍କୁ ସୁହାଇଲା ଭଳି ଶାସନ ଚାଲିଛି ଓ ଗରିବମାନଙ୍କୁ ଶୋଷଣ କରାଯାଇଛି ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ଏତଦ୍‌ ଭିନ୍ନ ଆଦାନୀ ଗ୍ରୁପ ବିରୋଧରେ ହିଡେନବର୍ଗ ସଂସ୍ଥା ତରଫରୁ ଯେଉଁ ସବୁ ଆରୋପ ଲଗାଯାଇଛି ସେ ସମ୍ପର୍କରେ ସାଧାରଣ ଲୋକମାନଙ୍କୁ ବୁଝାଯାଇଥିଲା । ମୋଦୀ ସରକାର, ଅର୍ଥ ମନ୍ତ୍ରୀ ଓ ଅର୍ଥ ସଚିବ ଏ ସମ୍ପର୍କରେ ନୀରବ କାହିଁକି ବୋଲି ବକ୍ତାମାନେ ପ୍ରଶ୍ନ କରିଥିଲେ । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ସଭାରେ ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଅଜୟ ବାଲି, ଚାଷୀ ନେତା ସାନନ୍ଦ ମିଶ୍ର, ପୁଇଁନ୍ତଲା ବ୍ଲକ ସଭାପତି ଉମାଶଙ୍କର ସାହୁ, ଯୁବ ସଭାପତି ପ୍ରେମ ମିଶ୍ର, ଛାତ୍ର ସଭାପତି ଅଙ୍କିତ ସାହୁ, ଛାତ୍ର ମୁଖପାତ୍ର ନିତିଶ ପ୍ରଧାନ, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର, ବନ୍‌ଟି ନନ୍ଦ, ଦିଲିପ, ସୌମ୍ୟଦୀପ ସରାଫ, ସଂଜୟ ମିଶ୍ର, ବିଟୁନ ସ୍ୱାଇଁ, ବିଜୟ ଖରସେଲ, ବର୍ଜ ସେଠି, ଆରତିପ୍ରୀତି ନାଗ, ବବିତା ସାହୁ, ସାଇନା ବେଗମ, ସରିତା ଶତପଥି, ପବିତ୍ର ବେହେରା, ସମୀର କୁମ୍ଭାର, ସୀତାରାମ କୁମାର, ଅନ୍ତ ମଛଖଣ୍ଡ, ମହେଶ ପୁରୋହିତ, ବିଦ୍ୟାଧର ସାହୁ, ଅନୁପ ସାଏ, ଅଜୁ ସାଏ, ଦିନେଶ ଜାଲ, ଗୋବିନ୍ଦ ମହାନ୍ତି, ପ୍ରତ୍ୟୁଷ, ଜୟନାରାୟଣ ବହିଦାର, ରାଜେଶ ହୋତା, ମହମ୍ମଦ ଅକବର, ଅଖଣ୍ଡ ସେଠ, ସନୋଜ ପଟ୍ଟନାୟକ, ଲବ ସ୍ୱାଇଁ, ଝୁପୁଲି ମହାନ୍ତି, ଡିଗୁ ରାଉତ, ସନ୍ତୋଷ ଗଉଡ, କିରନ ସେଠ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସରୋଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.