ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷର ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଅହିଂସା ଓ ଭାରତୀୟ ଆଦର୍ଶ, ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରରେ ବୈଶ୍ୱିକ ପ୍ରେକ୍ଷାପଟ୍ଟରେ ଭାରତୀୟ ଗଣତନ୍ତ୍ର, ଉଚ୍ଚ ବିଦ୍ୟାଳୟ ସ୍ତରରେ ବିଶ୍ୱାୟନରେ ଭାରତୀୟ ଗଣତନ୍ତ୍ରର ବିଶେଷତ୍ୱ ଏବଂ ମହାବିଦ୍ୟାଳୟ ସ୍ତରରେ ଭାରତୀୟ ଗଣତନ୍ତ୍ର ବିଶ୍ୱର ଆଦର୍ଶ ଉପରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ଡ. ହୃଷିକେଶ ପଣ୍ଡା, ଓଡିଆ ଅଧ୍ୟାପକ, କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟ, ନରେନ୍ଦ୍ରପୁର, ଡ. ରାମ କୃଷ୍ଣ ସାହୁ, ବ୍ରହ୍ମପୁର ଓ ଶ୍ରୀମତୀ ପଦ୍ମିନୀ ମିଶ୍ର, ଶିକ୍ଷାବିତ୍ ଯୋଗ ଦେଇଥିଲେ । ଓଡିଆ ବକ୍ତୃତା ପ୍ରତିଯୋଗିତା ପ୍ରାଥମିକ ସ୍ତରରେ ଗାୟତ୍ରୀ ମହାରଣା, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଣେଶ ବିଦ୍ୟାପୀଠ, ଛତ୍ରପୁର ପ୍ରଥମ ସ୍ଥାନ, ସୋନମ୍ ପ୍ରିୟା ପଣ୍ଡା, ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ, ଦ୍ୱିତୀୟ ସ୍ଥାନ ଓ ଅମ୍ରିତା ଭାରତୀ ବେହେରା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରରେ ଆଶୀଷ କୁମାର ଶତପଥୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁତି ଗୋପାଳପୁର ପ୍ରଥମ ସ୍ଥାନ, ସ୍ୱୟଂଶ୍ରୀ ତ୍ରିପାଠୀ, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଅର୍ପିତା ମହାପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ଲିପ୍ସାରାଣୀ ଗୌଡ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ସୈମିତ୍ ମହାନ୍ତି, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଶୃତିରେଖା ସାହୁ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ଆର୍.ଧବଳେଶ୍ଵର ରେଡ୍ଡୀ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ମମତା ନାହକ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଯୁଗ୍ମ ଅନିଲ ପ୍ରଧାନ, ପ୍ରତିଭା ଆବାସିକ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ଏବଂ ସୁପ୍ରିତା ପ୍ରଧାନ, ଜ୍ଞାନ ବିକାଶ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.