oom

ମାଘ ସପ୍ତମୀ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ

jsmm

କୋଣାର୍କ : ଜାନୁୟାରୀ ୨୭ ଓ ୨୮ ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼ । ଏଥି ନିମନ୍ତେ ଶନିବାର ଅପରାହ୍ନରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ ବୁଡ଼ ଶନିବାର ପଡୁଥିବାରୁ ଚନ୍ଦ୍ରଭାଗା ତୀର୍ଥରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ଅନୁମାନ କରାଯାଉଛି । ଚନ୍ଦ୍ରଭାଗା ମେଳା ପଡ଼ିଆରେ ପାନୀୟ ଜଳ ଯୋଗାଣ ନିମନ୍ତେ ୬୦ଟି ଷ୍ଟାଣ୍ଡ ପୋଷ୍ଟ, ୪ଟି ପାଣି ଟ୍ୟାଙ୍କର, ବୁଡ଼ ୫ଦିନ ପୂର୍ବରୁ ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ବିଶୋଧନ, ହେଲିପ୍ୟାଡରେ ଟ୍ରାଫିକ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ଚୋରା ମଦ କାରବାର ନିଷିଦ୍ଧ କରିବା ସହିତ ମାଘ ଷଷ୍ଠି ଓ ସପ୍ତମୀ ଦୁଇଦିନ ପରିମଳ, ପାର୍କିଂ, ଆଲୋକ ବ୍ୟବସ୍ଥା, ଯାନବାହାନ ନିୟନ୍ତ୍ରଣ ଆଦି ବ୍ୟବସ୍ଥାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ । ସପ୍ତମୀ ଦୁଇ ଦିନ ପୂର୍ବରୁ ସୁଚାରୁ ରୂପେ କାର୍ଯ୍ୟ ତୁଲାଇବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୁଇ ଦିନ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତିନି ଠାକୁରଙ୍କ ସେବାୟତ, ନିମାପଡା ଏସଡିପିଓ ଦେବାଶିଷ ମିଶ୍ର, ଗୋପ ତହସିଲଦାର ଏସକେ ସାଗିର, ଗୋପ ବିଡ଼ିଓ ଦିପ୍ତିରାଣୀ ଦାସ, କୋଣାର୍କର ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.