oom

ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ୨୬ତମ ବ୍ଲକସ୍ତରୀୟ ବିଜ୍ଞାନ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଏବିଇଓ ଯୁଧିଷ୍ଠିର ପରିଡା ସଭାପତିତ୍ୱ କରିଥିବା ବେଳେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ଜିଲ୍ଲା ପରିସଦ ସଭ୍ୟ ପ୍ରସନ୍ନ ସାହୁ, ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଲିକ, ପୂର୍ବତନ ଉପାଧ୍ୟକ୍ଷ ତଥା ସମିତି ସଭ୍ୟ ଅଜୟ ରାଉତରାୟ, କିଟ୍‌ ବିଜ୍ଞାନ ମହାବିଦ୍ୟାଳୟ ଉପାଧ୍ୟକ୍ଷ ରୁଦ୍ରମୋହନ ନନ୍ଦ, ପବିତ୍ର ମୋହନ ଜେନା, ସିଆରସିସି ଦୟାନିଧି ମାର୍ଥା, ତୁଷାର ପ୍ରଧାନ, ବସନ୍ତ ସେଠୀ, ଅଭିମନ୍ୟୁ ପ୍ରଧାନ, ଉମେଶ ଚନ୍ଦ୍ର ବଳବନ୍ତରାୟ, ଧାନକେରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ ପ୍ରମୁଖ ଉପସ୍ଥିତ ରହି ବିଜ୍ଞାନ ସାଧାରଣ ଜୀବନ ଯାପନ ଉପରେ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ଉମେଶଚନ୍ଦ୍ର ଦାଶ, ଆଶିଷ୍‌ କୁମାର ମଲ୍ଲିକ ଓ ସୂର୍ଯ୍ୟନାରାୟଣ ଜେନାଙ୍କୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ସର୍ବାଧିକ ନମ୍ବର ରଖି ପାସ୍‌ କରିଥିବା ଥିବା ରାଧାମୋହନ ଉଚ୍ଚ ବିଦ୍ୟାପୀଠର ଛାତ୍ର ଆଦିତ୍ୟ କୁମାର ନାୟକଙ୍କୁ ଛାତ୍ର ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲାସ୍ତରକୁ ୫ଟି ପ୍ରକଳ୍ପ ମନୋନୀତ କରାଯାଇଥିଲା ।

jittmm
Leave A Reply

Your email address will not be published.