ପୌର ପାଳିକାର ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପାଳିକା ତରଫରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, କାଉନସିଲର ଶମ୍ଭୁ ନାଗ, ସିଏଲ୍‌ଟିସିର ସନ୍ତୋଷ ସେଠ ଯୋଗ ଦେଇ ହିତାଧିକାରୀଙ୍କୁ ଆବାସ ଯୋଜନାର ଲାଭ ବିଷୟରେ ବୁଝାଇଥିଲେ । ସଭା ପରିଚାଳନା କରିଥିଲେ ସୁନୀଲ ମିଶ୍ର ଓ ସହଯୋଗ କରିଥିଲେ କମଳ ପଧାନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ହିତାଧିକାରୀ କର୍ମଶାଳାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କ ଆବାସ ଯୋଜନାର ସମୀକ୍ଷା କରି କର୍ମକର୍ତ୍ତାମାନେ ସେମାନଙ୍କ ସହ ୫ଟି କମିଟି ଗଠନ କରି ଆଲୋଚନା କରିଥିଲେ ।

Leave A Reply

Your email address will not be published.