oom

ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସାଂସ୍କୃତିକ ଅଙ୍ଗ ଦ୍ୱାରା ପରିଚାଳିତ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୪ଟି ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ୨୮୩, କଚାରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୦, କୁଆରମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରେ ୧୮୫ ଓ ବେଦବ୍ୟାସ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୩୦, ମୋଟ ୮୯୮ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ସଭାପତି ପ୍ରଫେସର ଭବେଶ ଚନ୍ଦ୍ର ସାହୁ, ସାଧାରଣ ସଂପାଦକ ଡ. ଉମାକାନ୍ତ ପଣ୍ଡା, ସହ ସଂପାଦିକା ନିରୁପମା ପତି, ସଦସ୍ୟ ସୁଶାନ୍ତ ନାୟକ, କନକଲତା ମିଶ୍ର, ଗୀତାରାଣୀ ବେହେରା, ଗୌରୀ ନାଗ, ସାର୍ଥକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେକ୍ଟର ୬ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଓ ଶିଶୁ ମନ୍ଦିରର ସମସ୍ତ ଗୁରୁମା, ଗୁରୁଜୀ, କୁଆରମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ଜନ୍ମେଞ୍ଜୟ ସୁଆର ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, କଚାରୁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ମହାପାତ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦବ୍ୟାସ ସ୍ଥିତ ବେଦବ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ରଥମରୁ ପଞ୍ଚମ ଶ୍ରେଣୀ କନିଷ୍ଠ ବିଭାଗକୁ ‘ସକାଳର ପ୍ରାକୃତିକ ଦୃଶ୍ୟ’ ଓ ବରିଷ୍ଠ ବିଭାଗ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ସଂଧ୍ୟା ବେଳର ପ୍ରାକୃତିକ ଦୃଶ୍ୟ’ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଦୀପ କୁମାର ମିଶ୍ର ଓ ଅରିଜିତା ଦାସଗୁପ୍ତା ବିଚାରକ ଭାବେ ମୂଲ୍ୟାୟନ କରିବେ ବୋଲି ଜଣାପଡ଼ିଛି ।

jittmm
Leave A Reply

Your email address will not be published.