ppurohit

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ଘ.୪ ସମୟରେ ପ୍ରସନ୍ନ କୁମାର ମିଶ୍ର ଉପସଭାପତିଙ୍କ ସଭାପତିତ୍ୱରେ ଅମଲା ଭବନ ଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିକାର ବୈଠକରେ ୧୨ ଜଣ କାର୍ଯ୍ୟକାରିଣୀ ସଭ୍ୟଙ୍କ ସମେତ ମୋଟ ୨୫ ଜଣ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଂଘର ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ୫ ଜଣଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ସେମାନେ ନିଜର ପରିଚୟ ପ୍ରଦାନ କରିଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ ସମ୍ବନ୍ଧରେ ଆଲୋଚନା କରାଯାଇ ଆସନ୍ତା ମାସ ୧୧.୧୨.୨୦୨୨ ରବିବାର ଦିନ ଅନୁଷ୍ଠିତ କରାଯିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା । ଯେଉଁ ବରିଷ୍ଠ ସଭ୍ୟମାନଙ୍କର ଦେହାନ୍ତ ହୋଇଯାଇଛି ସେମାନଙ୍କର ନାମ ତାଲିକାରୁ କର୍ତ୍ତନ କରାଗଲା । ବରିଷ୍ଠ ସଭ୍ୟ ବୃନ୍ଦାବନ ବରାଳଙ୍କ ଦେହାନ୍ତ ସକାଶେ ଏକ ଶୋକସଭା ତଥା ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରତ୍ୟେକ ସଭ୍ୟମାନଙ୍କ ଠାରୁ ବାର୍ଷିକ ୨୦୦ ଟଙ୍କା ଆଦାୟ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା । ଯାହା ସାଧାରଣ ବୈଠକରେ ଅନୁମୋଦନ ପାଇବା ପରେ କାର୍ଯ୍ୟକାରି ହେବ । ଦୁଇ ଜଣ ସଭ୍ୟଙ୍କର ଅବସରକାଳୀନ ପ୍ରାପ୍ୟ ଉପରେ ଆଲୋଚନା କରାଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା । ଆଜିକାର ବୈଠକରେ ସତ୍ୟବନ୍ତ ବେଦବାକ ଉପଦେଷ୍ଟା, ଗୋପବନ୍ଧୁ ପୁରୋହିତ ଉପସଭାପତି, ପୁରୁଷୋତ୍ତମ ପଣ୍ଡା ଯୁଗ୍ମ ସଂପାଦକ, ହରେକୃଷ୍ଣ ପଟେଲ, ଜୀବନ କୁମାର ତ୍ରିପାଠି, ପର୍ଶୁରାମ ନାୟକ, ପ୍ରଦୀପ କୁମାର ସାହୁ, କୃଷ୍ଣଚନ୍ଦ୍ର ମହାକୁର, ମନୋରଂଜନ କାର୍ଯ୍ୟକାରୀ ସଭ୍ୟବୃନ୍ଦ ଏବଂ ଋଷି ବରାଡ, ଦୁର୍ଗା ପ୍ରସାଦ ହୋତା, ଦଶରଥ ବାଘ, ରାମଜୀ ପ୍ରସାଦ ପାଣିଗ୍ରାହୀ, ଲୋକନାଥ ନେପାକ, ଧିରେନ୍ଦ୍ର କୁମାର ସାହୁ, ଜୀବନ କରନ, ଯୋଗେଶ୍ୱର ପଣ୍ଡା ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ପରିଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.