ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସମର୍ପଣ ୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲ୍‌ ଠାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସମର୍ପଣ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଂପାଦକ ଗୋବିନ୍ଦ ଶତପଥୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସମ୍ପଦ, ପରିବହନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପୌରାଧ୍ୟକ୍ଷା ଲିକା ସାହୁ, ବରିଷ୍ଠ ସାମ୍ବାଦିକ ମନରଂଜନ ଯୋଷୀ, ସମୃଦ୍ଧ ଓଡିଶାର ରାଜ୍ୟ ସଭାପତି ଯତୀଶ ମହାନ୍ତି ପ୍ରମୁଖ ଯୋଗ ଦେଇ ସେବା ହିଁ ସମର୍ପଣ । ଯୁବପିଢି ନିଜକୁ ସେବାରେ ସମର୍ପିତ କରିବା ପାଇଁ ଆଗେଇ ଆସିବା ଗୋଟିଏ ବହୁତ ବଡ କଥା ବୋଲି କହି ପ୍ରଶଂସା କରିଥିଲେ । ସଭାପତି ସନ୍ତୋଷ ପଟ୍ଟନାୟକ ମଂଚାସୀନ ଥିବା ବେଳେ ଅତିଥିମାନେ ଏହି ଅବସରରେ ସ୍ମରଣିକା ‘ସମର୍ପଣ -୨୦୨୨’କୁ ଉନ୍ମୋଚନ କରିଥିଲେ । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.